STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

4  

କବିଶ୍ରୀ ଅକ୍ଷୟ କୁମାର ବେହେରା

Classics

ହେ ଜଗନ୍ନାଥ

ହେ ଜଗନ୍ନାଥ

1 min
333


ମନ ମନ୍ଦିରରେ ପୂଜିବି ମୁଁ ପ୍ରଭୁ

ଶ୍ରୀ ମନ୍ଦିର ମୋ ଠୁ ଦୂର,

ଦୀନ ଦୁଃଖୀ ସଦା ମୋହର ଜୀବନ 

କରିବନି ମତେ ପର ।


ପର କରି କେବେ ଦୋଷ ଧରିବନି

ଜଣା ନାହିଁ ପୂଜାବିଧି

ନ ଜାଣଇ କିଛି ମନ୍ତ୍ର ଉପଚାର

ପ୍ରେମେ ଯା' ପାରିବି ବାନ୍ଧି ।


ବାନ୍ଧିବା ତଥାପି ନୁହେଁ ତ ସହଜ

ତୁମର କରୁଣା ବିନା,

ମାଆ ଯଶୋଦା ବି ଥକି ପଡ଼ି ଥିଲେ

ଏକଥା ରହିଛି ଜଣା ।


ଜଣା କି ଅଜଣା ତୁମ କୃପାବଳେ

ସର୍ବସ୍ବ ତୁମରି ଦାନ,

ଟେକି ଦେଲି ତୁମ ହାତେ ନିଜକୁ ମୁଁ

ସମର୍ପିଣ ମନ ପ୍ରାଣ ।


ପ୍ରାଣ ଯେତେ ଦିନ ରହିଥିବ ଘଟେ

ତୁମ ପାଦେ ଧ୍ୟାନ ରହୁ

ଚାହେଁ ନାହିଁ କିଛି ମୁଁ ହେ ଜଗନ୍ନାଥ

ଏତିକି କରୁଣା ହେଉ ।


ହେଉ ପ୍ରଭୁ ପୁଣି ଆଉ ଥରେ କୃପା

ଦର୍ଶନ କରୁ ନୟନ,

ତୁମ ଇଚ୍ଛା ବିନା କିଛି ନୁହେଁ ତ ସମ୍ଭବ

ହେ ମୋର କାଳିଆ ଧନ ।


Rate this content
Log in

Similar oriya poem from Classics