STORYMIRROR

Prafulla Chandra Mishra

Inspirational

2  

Prafulla Chandra Mishra

Inspirational

ହେ ଜାଗ୍ରତ ପ୍ରହରୀ

ହେ ଜାଗ୍ରତ ପ୍ରହରୀ

1 min
13K


• ଆଗେଇ ଆସରେ ଭାରତ ମାତାର ଜାଗ୍ରତ ବୀର ସଇନ

• ଏଇ ମାଆ ମାଟି ପାଣି ପବନ ତୋ ଶରୀରେ ପ୍ରବାହମାନ

• ଆର୍ଯ୍ୟାବର୍ତ୍ତ ଆର୍ଯ୍ୟଭୂମୀ ଆର୍ଯ୍ୟପୁତ୍ର ମାଆର ରୂପ କୁ ଦେଖି

• ଶୈଶବ ଯା କୋଳେ ଯାରଦୁଗ୍ଧ ପାନେ ଜୀବନେ ତୁ ହେଲୁ ସୁଖି

• ସେ ମାଆ ଆଖିରେ ଲୁହ ଦେଖି କିରେ କେମିତି କାଟୁଛୁ ଦିନ

• ଆଗେଇ ଆସରେ ଭାରତ ମାତାର ଯାଗ୍ରତ ବୀର ସଇନ ।।

• ଆସହେ ଲେଖକ ଶ୍ରମିକ ବଣିକ ଆସ ଆସ ସାଧୁଜନ

• ଆସ କୃଷକ ଆସ ସୈନିକ ବୈଜ୍ଞାନିକ ହେ ବିଦ୍ୱାନ

• ସୀମାରେଖା ଟପି ଗଲାଣି ଦୁଷ୍କର୍ମ , ଦୁର୍ନୀତି ,ର ଅତ୍ୟାଚାର

• ସନ୍ତ୍ରାସ, ମାଓ ନାଗଫାଶେ ଯଥା ସଉମିତ୍ରୀ ରାମବୀର

• କେତେ ହୀନ କର୍ମ ମାଆର ଛାତିରେ ଅସହ୍ୟ ହୁଅଇ ପ୍ରାଣ

• ଆଗେଇ ଆସରେ ଭାରତ ମାତାର ଜାଗ୍ରତ ହନୁମାନ ।।

• ସୁ-ଶାସନ ସୂର୍ଯ୍ୟ କେତୁ ଗ୍ରସ୍ତ ତ୍ରସ୍ତ ଦେଖ ପ୍ରଜାଙ୍କ ଜୀବନ

• ନିଦାଘ ଜ୍ବଳନ ବଢି,ମରୁଡି ର ଘୋର ଘର୍ଘର ତାନ

• ଏହି ଦାବାନଳେ ସାମାଜିକ ନ୍ୟାୟ ଦେଖ ଜଳି ଜଳି ଯାଏ

• ସୁପ୍ତ କିପାଇଁ ଶୁଣିକି ପାରୁନୁ ମା’ର ଡାକକୁ ହାୟେ

• ଆଉ କେତେ ହେଲେ ଚେତିବ ଶୋଇଛ ଧ୍ବଂସ କରେ ଆବାହନ

• ଆଗେଇ ଆସରେ ଭାରତ ମାତାର ଜାଗ୍ରତ ଭୀମ ସେନ ।।

• ସରି ସରି ଆସେ ବିଭବ ବୈଭବ ନ ମଣି ନିଜକୁ ହୀନ

• ମାଆର ଦୁଃଖ ରେ ଚେତିଉଠ ଖରେ ରଖ ଅବଶେଷ ମାନ

• ନଗ୍ନ କାମନା ସ୍ବାର୍ଥ ଭାବନା ବିଷ ବିଷୟା ନିଶାରେ

• ଜଲ୍ହାଦ ହସ୍ତେ ବନ୍ଦିନୀ ମାଆ ଭୂଗୋଳ ବଦଳି ଯାଏ ରେ

• ଧର୍ଷୀତା ହୁଏ କର୍ଷିତା ହୁଏ ମାଡିଆସଇ ଦୁର୍ଦ୍ଦିନ

• ଆଗେଇ ଆସରେ ଭାରତ ମାତାର ଜାଗ୍ରତ ବୀର ସଇନ ।।





Rate this content
Log in

Similar oriya poem from Inspirational