ହେ ଈଶ୍ବର
ହେ ଈଶ୍ବର
କେମିତି ବଞ୍ଚିବା କୁହ ଏଠି
ଷଡଯନ୍ତ୍ର ର ଘନ କୁହେଳିକା
ହିଂସା ର ଅଙ୍ଗାରକାମ୍ଲ, କରିଦିଏ ଶ୍ବାସ ରୁଦ୍ଧ
କରୋନା ର ଜୀବାଣୁ କରିଥାଏ
ଧ୍ବଂସ ର ତାଣ୍ଡବ ଲୀଳା
ରାଜନୀତି ର ଜନ୍ତା ରେ ପଡି
ନିରୀହ ଜନତା ଖାଲି ହୁଅନ୍ତି କଲବଲ
କୁଢ଼ କୁଢ଼ ଶବ ଚାରି ଆଡେ
ଭୟ ବିଭୀଷିକା, ଆର୍ତ୍ତନାଦ ଚିତ୍କାର
ସାମ୍ପ୍ରଦାୟିକତା ର ତଟକା ରକ୍ତରେ
ଆଦ୍ର ଆଜି ଅଯୋଧ୍ୟା ର ରାସ୍ତା
ମଣିଷ ଆଜି ଗୃହବନ୍ଦୀ
ହେ ବିଶ୍ୱ ନିଅନ୍ତା !!
ଅମୃତମୟ ତୁମରି ସୃଷ୍ଟି
ବିନାଶ ର ପଥରେ ଯାଏ ମାଡି ମାଡି
ଢାଲି ଦିଅ କୃପା ଵାରି
ହଟିଯାଉ ଦୂରେ ଇ ବିପତ୍ତି
ଶାନ୍ତି ଓ ସଂପ୍ରୀତି ର ଗଙ୍ଗା
ପ୍ରବାହିତ ହେଉ !!!!
