Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Abstract Inspirational Others

4.7  

Samar Ballav Bhoi

Abstract Inspirational Others

ହେ ଈଶ୍ୱର

ହେ ଈଶ୍ୱର

1 min
557


ପ୍ରଭୁ ଜଗନ୍ନାଥ ଜଗତ ଈଶ୍ୱର

ତୁମେ ପ୍ରଭୁ ବିଶ୍ଵ ନିୟନ୍ତା ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳ ର ପାରା ।


ମିଛ ମାୟାରେ ଜିଇଁବା ଅପେକ୍ଷା

ତୁମ ମନ୍ଦିର ବେଢ଼ା ସୁନ୍ଦର ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳ ର ପାରା ।


ମିଛ ସତ ମୁହିଁ କେତେ ଯେ କହିବି

ଘୁମୁରି ଘୁମୁରି ତୋ ମନ୍ଦିର ସାରା

ଗାଉଥିବି ମୁହିଁ ଯଶ କୀରତି ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳ ର ପାରା ।


ଅହଂକାର ଈର୍ଷା ଜାଣି ନି ମୁଁ ପ୍ରଭୁ

ସଂସାର ମାୟାରେ ଭଲ ଲାଗୁନି ଜମା

କେତେ ଯେ ଏକଲା ଲଢିବି ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳ ର ପାରା ।


ଭଲ ମନ୍ଦ ସବୁ ଉପରେ ଉଡୁଛି

ବୁଝନ୍ତି ନାହିଁ ଯେ ଏ ମଣିଷ ପରା

ସତକୁ ମିଛ ମିଛକୁ ସତ ସଜାଡ଼ି ଦିଅନ୍ତି

କେହି କାହାକୁ ମାନେ ନି ପରା

ଏତିକି ପ୍ରାର୍ଥନା କରୁଛି ହେ ପ୍ରଭୁ

କରିଦିଅ ତୁମ ବଡଦେଉଳ ର ପାରା ।


Rate this content
Log in

Similar oriya poem from Abstract