STORYMIRROR

Ambuja Mohanty

Abstract Action Inspirational

3  

Ambuja Mohanty

Abstract Action Inspirational

ହେ ଈଶ୍ୱର

ହେ ଈଶ୍ୱର

1 min
236


ଦେଖୁଛି ତୋ କାରୀଗରିକୁ  

 ମୁଁ ଆହା,

ସୁନ୍ଦର୍ ଏହି ସୃଷ୍ଟି ।।

କିନ୍ତୁ ଅଦୃଷ୍ଟ ତୁ ଆଜି ଏ ସଂସାରେ, 

କରି କରୁଣା ବୃଷ୍ଟି ।।

  

ଶରୀରେ ଖଞ୍ଜିଛୁ ନେତ୍ର ଯୁଗଳ,

 ଚାହିଁଲେ ତୁ ଦିଶୁନାହୁଁ।।

ଦର୍ଶନାଭିଳାଷୀ ଯଦି ଆଜି ହୁଏ,

ଦେଖିବ ଏ ମନ କାହୁଁ।।


ଲୀଳାମୟ ଲୀଳା ଅସୀମଅପାର

ବନ୍ଧା ନୁହେଁ ଧନୀ ଗରିବର।।

ନୁହେଁ ଭୋଗ,ଘଣ୍ଟ ଆଳତିର ଦାସ

ତୋ ପାଇଁ ମାର୍ଗ ପ୍ରେମ ଭକ୍ତିର ।।




Rate this content
Log in

Similar oriya poem from Abstract