STORYMIRROR

Sasmita Das

Abstract Others

3  

Sasmita Das

Abstract Others

ହେ ଈଶ୍ୱର

ହେ ଈଶ୍ୱର

1 min
123

ହେ ଈଶ୍ୱର

ଉଭା ହୁଅ ଥରେ,

ତୁମ ହାତ ଗଢ଼ା

ଏହି ଦରବାରେ ।

ଦେଖିନିଅ ଥରେ,

କେମିତି ମଣିଷ

ସାଜିଛି ରାକ୍ଷସ

ପୁତ୍ର ହାତେ ହୁଏ

ପିତାର ବିନାଶ

ନାରୀ ମାଂସ ଲୋଭୀ

ଜୀଅନ୍ତା ଜାଳୁଛି ।

ଧର୍ମ କର୍ମ ଏଠି

କେହି ନ ମାନଇ,

ଧନ ପାଇଁ ଏଠି

ନିଇତି ଲଢେ଼ଇ ।

ମିଛ ପାଖେ ସତ

ବନ୍ଧା ତ ପଡ଼ିଛି

ତୁଣ୍ଡ ଯେ ଖୋଲୁଛି

ସଂହାର ହେଉଛି।

ବଡ଼ ଦେଉଳ ରେ

ବସିଅଛ କାହିଁ

ତୁମ ଭକ୍ତ ପ୍ରଭୁ

ଡାକେ ତ୍ରାହି ତ୍ରାହି ...….


Rate this content
Log in

Similar oriya poem from Abstract