STORYMIRROR

Manaswini Dash

Tragedy

3  

Manaswini Dash

Tragedy

ହେ ଈଶ୍ୱର

ହେ ଈଶ୍ୱର

1 min
410

ଆଜି ଆକାଶକୁ ଦେଖିଲେ ଆଉ ଖୁସି ଲାଗେନା 

ଆଜି ଆଉ ସେ ନିରବ ସନ୍ଧ୍ୟାରେ ସେ ପ୍ରେରଣା ମିଳେନା 

ସେ ଗଛଲତା, ସେ ବିହଙ୍ଗର କାକଳି, ସେ ଫୁଲର ବାସ୍ନା 

କିଛିବି ସଂଚାର କରୁନି ସେ ପୂର୍ବ ରୋମାଞ୍ଚ 

ସବୁଆଡେ ଶୂନ୍ୟତା, ସବୁଆଡେ ନିରାଶା, ସବୁଆଡେ ହା ହାକାର 

କଉଠିବି ପାଏନା ଜୀବନକୁ ଜିଁବାର ଆଶା 

ପ୍ରମତ୍ତ ଭଳି ଅନ୍ୱେଷଣ କରୁଛି ସେଇ ଦିନକୁ ଯଉଠି ସ୍ୱାଧୀନ ଭାବେ ନିଶ୍ୱାସ ନେବି 

ଆଉ ଜୀବନରେ ଭରିଦେବି ଜୀବନକୁ ଜିଁବାର ପୂର୍ବ ପ୍ରତ୍ୟେୟ 

ହେଲେ ପାଏନା, କିଛିବି ପାଏନା, କିଛିବି ମିଳେନା 

କେବଳ ନିରାଶାରେ ଦଗ୍ଧୀଭୂତ ବୀତସ୍ପୃହ ନିଶ୍ୱାସର ଉପସ୍ଥିତି 

ଆଉ ସବୁ ହରେଇଥିବା ହୃଦୟର କରୁଣ ଚିତ୍କାର 

ଏ ସମୟ ଆଜି ମତେ ଠକିଦେଇଛି 

ଭାଙ୍ଗିଦେଇଛି ମତେ ସବୁଦିନ ପାଇଁ 

ହେ ଈଶ୍ୱର !

ଥରେ ଖାଲି ଆଖି ଖୋଲି ଧ୍ୟାନ ଦିଅ 

ଢାଳିଦିଅ ତମ କରୁଣା ଭଣ୍ଡାରରୁ କରୁଣାର କିଛି ବିନ୍ଦୁ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy