STORYMIRROR

Kabiratna Nutan Kumar Behera

Abstract Drama Inspirational

3  

Kabiratna Nutan Kumar Behera

Abstract Drama Inspirational

ହେ ଈଶ୍ୱର ! ତୁମେ ମହାନ

ହେ ଈଶ୍ୱର ! ତୁମେ ମହାନ

1 min
16


ହେ ଈଶ୍ଵର ! ତୁମେ ମହାନ

ଦେଇଛ ଏ ସୁନ୍ଦର ସୁଖକର ଜୀବନ

ହେବାକୁ ନମ୍ର ଶାନ୍ତ ସରଳ ହୃଦୟବାନ

ମସ୍ତିଷ୍କରେ ଦେଇଛ ବୁଦ୍ଧି ବିବେକ ଜ୍ଞାନ

କରିବାକୁ ସମସ୍ୟାର ସମାଧାନ

ତଥାପି ମନକୁ ଆସେ ମୋର ଅଭିମାନ

ଇଚ୍ଛା ହୁଏ ତୁମକୁ ପଚାରିବାକୁ ପ୍ରଶ୍ନ

ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ହୁଏ ସଚେତନ

ଦେଖେ ଯା' ହୁଏ ମୁଁ ତା'ର ସମ୍ମୁଖୀନ

ତା' ଭିତରେ ତୁମେ ହିଁ ତ ବିଦ୍ୟମାନ

ସତ୍ୟ ଧର୍ମ ପାଇଁ ହୋଇଛ ପ୍ରସନ୍ନ

ହେ ଈଶ୍ଵର ! ତୁମେ ମହାନ

ସୃଷ୍ଟି କରିଛ ଅଖଣ୍ଡ ମଣ୍ଡଳରେ ତ୍ରିଭୁବନ

ତା' ମଧ୍ୟେ ରଖିଛ ପ୍ରକୃତିକୁ କରି ତେଜିୟାନ

ଇଚ୍ଛା ହୁଏ ମାଗିବାକୁ ବହୁତ ଧନ ମାନ

କିନ୍ତୁ କରେ ଯେବେ ସୂକ୍ଷ୍ମରେ ସବୁ ଅନୁଧ୍ୟାନ

ଦେଖେ ଯେତେ ଯା' ତୁମରି ବରଦାନ

ବଞ୍ଚାଇବାକୁ ଏ ଜୀବନ ସୃଷ୍ଟି କରିଛ ପବନ

ଦେଇଛ ଜଳ କରିବାକୁ ତୃଷା ନିବାରଣ

ବୃକ୍ଷଲତାରେ କରାଅ ଫୁଲ ଫଳ ଧାରଣ

ଖାଇଲେ କ୍ଷୁଧା ଜ୍ଵାଳା ହୁଏ ଅନ୍ତର୍ଦ୍ଧାନ

ଆଉ ମାଗିଥାନ୍ତି ଅବା କଅଣ

ହେ ଈଶ୍ଵର ! ତୁମେ ମହାନ

ମନୁଷ୍ୟ ହୃଦୟେ ଦେଇଛ ଦିବ୍ୟଜ୍ଞାନ

ବିନିଯୋଗେ ତାର କରେ ଉପାର୍ଜନ

ଇଚ୍ଛା ହୁଏ ଯା' କରେ ସେ ତାହା ପୂରଣ

ସତ୍କର୍ମ ହିଁ ଜୀବନର ଅବଲମ୍ବନ

ଅଜ୍ଞାନତା ବଶତଃ କଲେ ପ୍ରତ୍ୟାଖ୍ୟାନ

ଆସେ ବାଧା ବିଘ୍ନ ହୁଏ ଅବସାନ

ଲୋଭ ମୋହର କାମନା କରେ ଅଜ୍ଞାନ

ସବୁ ଥାଇ ଶୋକ ଭୋଗେ ହୁଏ ହୀନିମାନ

ପ୍ରତି ସ୍ପନ୍ଦନରେ କର୍ମ କରିବାକୁ ଦିଅ ଆହ୍ଵାନ

ତୁମେ ହିଁ କରାଅ ସତ୍ୟର ଅନୁସନ୍ଧାନ

ହେ ଈଶ୍ଵର ! ତୁମେ ମହାନ...।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract