STORYMIRROR

Geetanjali Prusty

Tragedy Others

4  

Geetanjali Prusty

Tragedy Others

ହେ ଈଶ୍ୱର କରିଦିଅ ମୋତେ ରାଜନେତା

ହେ ଈଶ୍ୱର କରିଦିଅ ମୋତେ ରାଜନେତା

1 min
234


ହେ ଈଶ୍ୱର କରିଦିଅ ମୋତେ ରାଜନେତା

ସବୁଠି ମୋ ପାଶେ ପ୍ରଜା ଭିଡ଼ ଥିବ

ହୁରି ପଡୁଥିବ ମୋ ନାମଟା,

ଆଗେ ଆଗେ ମୁହିଁ ବାଟ ଚାଲୁଥିବି

ମୋ ପଛରେ ରାଲି ଚାଲିଥିବ

କୁଣ୍ଢେମୋଟ ହେବ ମୋ ଛାତିଟା

ହେ ଈଶ୍ୱର ! କରି ଦିଅ ମୋତେ ରାଜନେତା l


ଥରଟିଏ ମୋତେ ମନ୍ତ୍ରୀ କରିଦେଲେ

ତୁମକୁ ଦେବି ମୁଁ ବୋଦା ବଳି

କଳା ଧନ ଯେତେ ସାଇତି ରଖିବି

(ମୋ ) ଚଉଦ ପୁରୁଷ ଯିବେ ଚଳି,

ବଦଳି ଯିବ ମୋ ଚଳଣିଟା

ହେ ଈଶ୍ୱର ! କରି ଦିଅ ମୋତେ ରାଜନେତା l


ଦିନ ଥିଲା ମୁଁ ଯେ ଥିଲି ଦାଗୀ

ଜେଲ ଫେରନ୍ତା ଆସାମୀଟେ ବୋଲି

ଲୋକେ ମୁହଁ ମୋଡ଼ୁଥିଲେ ମୋତେ ଦେଖି,

ଏବେ ପରା ମୋତେ ଜୁହାର ହୁଅନ୍ତି

ମୋ ଗଳା ରେ ମୋଟା ମାଳ ରଖି

ଏତେ ସବୁ ଦେଖି ଉଲ୍ଲସୀ ଉଠୁଛି

ମୋ ପ୍ରାଣ ଟା, ଦେବି ମୁଁ ତୁମକୁ ସୁନା ଚିତା

ହେ ଈଶ୍ୱର ! କରିଦିଅ ମୋତେ ରାଜନେତା l


ମଣିଷ ମାରିବି ଦେଶକୁ ଶୋଷିବି

ଜାତୀୟ ସମ୍ପତ୍ତି ଲୁଟି ନେବି

ଖଣି ପାଣି ଯେତେ ଦରବ ଖାଇ ମୁଁ

ବଡ଼ ମୁଣ୍ଡିଆଟେ ଵନିଯିବି

ଖବର କାଗଜେ ନିତି ଦେଖୁଥିବି

ଶିରୋନାମା ପରେ ମୋ ନାମଟା

ହେ ଈଶ୍ୱର! ଥରୁଟିଏ ହେଲେ

 କରିଦିଅ ମୋତେ ରାଜନେତା....

   କରିଦିଅ ମୋତେ ରାଜନେତା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy