STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ହେ ଗୋବିନ୍ଦ ଗୋପାଳ

ହେ ଗୋବିନ୍ଦ ଗୋପାଳ

1 min
411

କବିତା,ହେ ଗୋବିନ୍ଦ ଗୋପାଳ


ହେ ଗୋବିନ୍ଦ ହେ ଗୋପାଳ

ହେ ଦୀନବନ୍ଧୁ ଦୀନ ଦୟାଳ..


ବୃନ୍ଦା ବନେ ତୁମେ ଲୀଳା ରଚିଲ

ଲବଣି ସାଥେ ଗୋପୀ ଚିତ୍ତ ନେଲ

ଯୋଶମତି ତୁମକୁ ବନ୍ଧନ କଲେ

ବିଶ୍ୱ ରୂପ ତୁମ ମୁଖେ ଦେଖିଲେ

 

ହେ ନଟ ନଗର ହେ ନନ୍ଦ ଲାଲ

ହେ ଶ୍ୟାମ ସୁନ୍ଦର କର ମଙ୍ଗଳ

ହେ ଗୋବିନ୍ଦ ହେ ଗୋପଳ...



ତୁମେ କଂସ କୁ ବଦ୍ଧ କରିଥିଲ

ଦେବକୀ ବାସୁଦେବ ଉଧାରିଲ

ତୁମ ବଂଶୀ ସୁର ମନ ମୋହିଲା

ସଂସାର ର ମୟା ସବୁ କାଟିଲା


ହେ ମାୟା ଧର ଆସ ସଅଳ

ଭକ୍ତ ଡାକେ ହୋଇ ବ୍ୟାକୁଳ

ହେ ଗୋବିନ୍ଦ ହେ ଗୋପାଳ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics