STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ହେ,,,ଚକାନୟନ

ହେ,,,ଚକାନୟନ

1 min
411


ହେ ଚକାନୟନ ଜଗତ ଜୀବନ

ହେ ଦୀନ ବାନ୍ଧବ ହରି

ଅରକ୍ଷ ରକ୍ଷକ ମୋକ୍ଷ ପ୍ରଦାୟକ

ଭକ୍ତ ବନ୍ଧୁ ଦଇତାରୀ

ବନ୍ଧୁ ଦୁଃଖୀ ଜନର

ତୁମେ ଭକ୍ତର ହୃଦୟ ହାର।


ଚକା ଚକା ଦୁଇ ସେ ଚକାନୟନ

ପଲକ ପଡ଼ଇ ନାହିଁ

ସୂର୍ଯ୍ୟ ଚନ୍ଦ୍ର ସମ ସେ ଦୁଇ ନୟନ

ଦର୍ଶନ ରେ ପାପ ନାହିଁ

ସବୁ ଶୂନ୍ୟସ୍ଥାନ ପୂରଣ ହୁଅଇ

ଦର୍ଶନ କଲେ ଜାଗା ର।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational