STORYMIRROR

JITENDRA CHANDRA SAHOO

Classics

3  

JITENDRA CHANDRA SAHOO

Classics

ହେ ବସନ୍ତ ତୁମେ ଗଲା ପରେ ପରେ

ହେ ବସନ୍ତ ତୁମେ ଗଲା ପରେ ପରେ

1 min
472

ହେ ବସନ୍ତ ତୁମେ ଗଲା ପରେ ପରେ

ବୈଶାଖ ଦାଉ ସାଧୁଛି

କୃଷ୍ଣଚୁଡ଼ା ସଙ୍ଗେ ପଳାଶ ସୁନ୍ଦରୀ

ନାଲି ଓଠେ ଦେଖ ହସୁଛି

     ହେ ଫଗୁଣ ତୁମେ ଗଲା ପରେ ପରେ………।।

ଡହ ଡହ ତାତି ଢେଉରେ ଧରଣୀ 

କଲ ବଲ ହୋଇ ସିଝୁଛି

ଘାସର ଗାଲିଚା ଦିଶୁଛି ନୁଖୁରା

ଧରଣୀର ବୁକୁ ଫାଟିଛି 

     ହେ ଫଗୁଣ ତୁମେ ଗଲା ପରେ ପରେ….....।।

ଦିଗହରା ହୋଇ ଶାଳ ବୀଜଧାର

ପାଗଳ ପରାଏ ଉଡୁଛି

ରହଣୀ,ଶିମିଳି ଫଳ ଯାଏ ଫାଟି

ଯାଯାବର ହୋଇ ବୁଲୁଛି 

     ହେ ଫଗୁଣ ତୁମେ ଗଲା ପରେ ପରେ…....।।

ରାଗରେ ଝିଙ୍କାରି ହେଉଛି ଖେଙ୍କାରି

ହୃଦୟ ତା ଫାଟି ଯାଉଛି

ଝାଞ୍ଜି ପବନର ଡହଳ ବିକଳ

ଏ ଜୀବ ଜଗତ ସହୁଛି  

     ହେ ଫଗୁଣ ତୁମେ ଗଲା ପରେ.………।।

ଗାଡ଼ିଆ, ପୋଖରୀ,ନ‌ଇ,ନାଳ,ବନ୍ଧ

ଦେହ ନୀର ଶୋଷି ନେଇଛି

ତୃଷା ପଶୁ କୁଳ ବିହଙ୍ଗମ ଦଳ

ବୃକ୍ଷ ଛାୟା ଆଶ୍ରା ସାଜିଛି  

ହେ ଫଗୁଣ ତୁମେ ଗଲା ପରେ ପରେ.……।।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics