STORYMIRROR

Abhakanta None

Inspirational

2  

Abhakanta None

Inspirational

ହେ ବନ୍ଧୁ !

ହେ ବନ୍ଧୁ !

1 min
13.6K


(ମୋ କବିତାକୁ ଭଲ ପାଉଥିବା ବନ୍ଧୁ ମାନଙ୍କୁ ମୁଠାଏ ମନ କଥା)


ମରିନି ଏ ଯାଏ ହେଲେ କିଆଁ ମୋର ମୃତ୍ୟୁ ବେଳ ହୃଦେ ଉଏଁ

ଉଁଉଛି ବୋଲି ମୋ ବାଆଁରା ଜୀବନ ସରହଦେ ରୁହେ ପ୍ରାୟେ

ଅନ୍ୟଥାରେ ସୂତା ଛିଡା ଗୁଡି ପରି ଅନିର୍ଦ୍ଧିଷ୍ଟ ହ୍ବନ୍ତା ଦିଶା

ଜୀବନର ଏକ ମୁହୂର୍ତ୍ତ ନ ହେଉ ଦିଶାହୀନେ ଚଉକଷା

ହେ ବନ୍ଧୁ ତୁମରି ବନ୍ଧୁତ୍ବେ ପାଥେୟ କରି ବଞ୍ଚିଛି ଏ'ଯାଏ

ତୁମରି କବିତା ପ୍ରୀତି ହିଁ ପ୍ରାୟେ ମୋ ବଞ୍ଚିବାରେ ମୋହ ଦିଏ

ତୁମେ ତ ଦେଇଛ ବନ୍ଧୁତ୍ଵେ ଅଜାଡି ସକଳ ସଦଦିତ୍ସା ମୋତେ

ନିସଙ୍ଗତା ଯେବେ ନିକୁଛିଆ କରେ ତୁମେ ମନେପଡ଼ ସତେ

ସାହାରାକୁ ତୁମେ ସଜେଇ କଲଣି ଆଜି ସବୁଜିମା ଭରା

ବଞ୍ଚିଥିବା ଯାଏ ଏଇ ପ୍ରବୋଧନ ରହୁ ହୋଇ ମୋ ଆଶରା

ବନ୍ଧୁ ହେ ଏ' ମୋର ଧୈର୍ଯ୍ୟ ବନ୍ଧରେ ତୁମେ ହିଁ ଅତୁଟ ଆଶା

ବଞ୍ଚିଥିବା ଯାଏ କେମିତି ଭୁଲିବି ତୁମ ପ୍ରେମ ଚଉତିଶା

ଆଜିଯାଏ ମୋର ବଞ୍ଚିବା ପ୍ରେରଣା ତୁମର ହିଁ ଅବଦାନ

କ୍ଷୁଦ୍ର ମଣିଷ ମୁଁ ଜିଇ ଯାଏ ପାଇ ତୁମ ମହନୀୟ ଦାନ

ଥିଲା ଯେତେ ମୋହ ସ୍ଵାହା ହୋଇ ବାକି ରହିଛି କବିତା ମୋହ

ସେ ବଞ୍ଚିଛି ପାଇ ତୁମରି କବିତା ପ୍ରୀତି ଢଳା ଅନୁଗ୍ରହ

ସାଉଁଟି ଚାଲିଛି ଏଇ ମୋହ ଆଉ ଚାଲୁଥିବି ଦିନ ରାତି

ତୁମ ଦାନ ହେଉ ମୋ ଜୀବନ ଶାନ୍ତି ଯଜ୍ଞରେ ପୂର୍ଣ୍ଣାହୁତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational