STORYMIRROR

Bauribandhu Lenka

Action Others

3  

Bauribandhu Lenka

Action Others

ହେ ବୀର ସହିଦ ଘେନ ପ୍ରଣତି

ହେ ବୀର ସହିଦ ଘେନ ପ୍ରଣତି

1 min
248


ଦେଶ ମାତୃକାରେ ସେବାରେ ରତ

ରହିବା ପାଇଁ କି କରି ଶପଥ 

ଜୀବନକୁ ଦେଲ ବାଜି ଲଗାଇ

ସହିଦ ହୋଇଲ ଏ ଦେଶ ପାଇଁ ॥


ଆତଙ୍କବାଦୀର ଆତଙ୍କ ନାଦେ

ଅବା ସୁଖ ଦୁଃଖ ହର୍ଷ ବିଷାଦେ

କର୍ତ୍ତବ୍ୟରେ କେବେ କରିନ ହେଳା

କାହିଁକି ଏ ବିଧି ଅନ୍ୟାୟ କଲା ॥


ପତ୍ନୀଠାରୁ ପତି ନେଲା ଛଡାଇ

ପୁତ୍ର କନ୍ୟା ବାପ ଛେଉଣ୍ଡ ହୋଇ

ଝରାନ୍ତି ନୟନୁ ଲୋତକ ଧାର

ବୃଦ୍ଧ ପିତା ମାତା କି ନାରଖାର ॥


ଶୋକେ ମ୍ରିୟମାଣ ସମଗ୍ର ଦେଶ

ଭୁଲିବନି କେବେ ତୁମର ଯଶ 

ବଳିଦାନ ତୁମ ଯିବନି ବ୍ୟର୍ଥ

ତୁମେ ଏ ଦେଶର ଯୋଗ୍ୟ ସୁପୁତ୍ର ॥


ଧନ୍ୟ ହୋଇଗଲା ଜୀବନ ତୁମ

ରଖିଗଲ କାଳ କାଳକୁ ନାମ

ଫୁଲି ଉଠେ ଦେଶ ମାତୃକା ଛାତି

ହେ ବୀର ସହିଦ ଘେନ ପ୍ରଣତି ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action