STORYMIRROR

Dasarathi Sahu

Inspirational

3  

Dasarathi Sahu

Inspirational

ହେ ଭଞ୍ଜ ମାଟିର ମିଠା ମହକ

ହେ ଭଞ୍ଜ ମାଟିର ମିଠା ମହକ

1 min
2.2K


ଗଞ୍ଜାମ ମାଟିର ହେ ମିଠା ମହକ

ଅନନ୍ୟ ଯେ ଅଯାଚିତ

ଲେଖିଦିଅ ଯାହା ଶବ୍ବରେ କିମିଆଁ

ଛୁଇଁଯାଏ ସବୁ ଚିତ୍ତ

ଟୁପୁରୁ ଟାପୁରୁ ସଭିଙ୍କ ଓଠରୁ

ତୁମେ ଶବ୍ଦ ଯାଦୁଗର

ଜୀବନ ଦର୍ଶନ ଭକ୍ତି ନିଦର୍ଶନ

ଆବେଗେ ତୁମ ସ୍ୱାକ୍ଷର

ମୁଖ ପୁସ୍ତକର ମନ ମଲାଟରେ

ତୁମେ ଅଲିଭା ଅକ୍ଷର

ହେ ଭିନ୍ନ ପ୍ରତିଭା ସଦା ପାଅ ଶୋଭା

ସବୁ ମନେ ତୋଳ ଘର

ପାଠକ ମନକୁ ମୋହୁଥାଅ ସଦା

ତୁମ ଲେଖନୀର ଶ୍ରମେ

କରନ୍ତୁ କଲ୍ୟାଣ ଏ ପାଠକ ଗଣ

ବାନ୍ଧିଥାନ୍ତୁ ସ୍ନେହ ପ୍ରେମେ

ହୁଅ ଯଶବାନ ଏବଂ ଆୟୁଷ୍ମାନ

ଦଇବ ଦୁଆରେ ଅଳି

ତୁମ ଜୀବନରେ ଲାଗିଥାଉ ସଦା

ହସ ଖୁସିର ଗହଳି

ସଭିଙ୍କର ପ୍ରିୟ ଛୁଅଁ ହେ ହୃଦୟ

ମଣିଷଟେ ମିଷ୍ଟାଭାଷି

ତୁମେ ସମର୍ପଣେ ନିୟମ ନିଖୁଣେ

ଦେଉଛ ବାର୍ତ୍ତା ପରଶି

ହେଲ ଚିହ୍ନା ମୁହଁ ନିଆରା ନିର୍ଣ୍ଣୟ

ତୁମ ଉଦ୍ୟମ ଆପ୍ରାଣେ

ହୋଇଗଲ ଧନ୍ୟ ଗଞ୍ଜାମ ଭୁବନ

ତୁମ ଜନ୍ମ ଶୁଭକ୍ଷଣେ

ଧନ୍ୟ ସେଇ ମାଆ ଧନ୍ୟ ସେଇ ଗାଁଆ

ତାଙ୍କୁ କୋଟି ଦଣ୍ତବତ

ହୀରାର ସନ୍ଧାନ ହେ ଯୋଗ୍ୟ ସନ୍ତାନ

ସଭିଙ୍କ ପରାଣ ମିତ

ସଲାମ୍ କରୁଛି ତୁମ ସାଧନାକୁ

ବଜାଇ ରଖିଥ ସଦା

ମାତୃଭୂମି ମାତୃଭାଷାରେ ମମତା

ମନ ତଳେ ଜାଗୁ ଶ୍ରଦ୍ଧା....।

ଦାଶରଥି ସାହୁ

କଳମ୍ବ/ଗଜାଂଂମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational