STORYMIRROR

Jagannath Barik

Inspirational

3  

Jagannath Barik

Inspirational

ହଡ଼ା ବଳଦଟେ ଦେଖିବି ବୋଲି

ହଡ଼ା ବଳଦଟେ ଦେଖିବି ବୋଲି

1 min
306


ହଡ଼ା ବଳଦଟେ ଦେଖିବି ବୋଲି

ଗାଆଁଟା ସାରା ମୁଁ କେତେ ବୁଲିଲି

ପାଇଲି ନାହିଁ

ବାଟରେ ଭେଟିଲା ଗିରିଆ ଭାଇ |

ଗୋରୁ ହାଟର ତ ଦଣ୍ଡିଆ ସିଏ

ପଚାରୁ ପଚାରୁ ଉତ୍ତର ଦିଏ

ଏଇ ମଣିଷ

ଧନ ପାଇଁ କରି ନପାରେ କିସ ! |

ସାଗରରୁ ମୁକ୍ତା ସଂଗ୍ରହ ପାଇଁ

ଶାମୁକା ପୋହଳା ଧରଇ ଯାଇ

ପଣ୍ଡା ବଳଦ

ଏହି କାମପାଇଁ ହୁଅନ୍ତି ଵଧ |

ଗୋରୁ ହିନ୍ଦୁଙ୍କର ଇଷ୍ଟ ସମ୍ପଦ

ବସୁଙ୍କର ମାତା ଦେବ ଆରାଧ୍ୟ

ଗୋମାତା ବନ୍ଦ୍ୟ

ଜୀବନେ ମରଣେ ସର୍ବ ଶୁଭଦ |

ଧନ ଲୋଭେ ନର କଂସେଇ କରେ 

ଟେକି ଦିଏ ଗୋରୁ ଯୁବାବସ୍ଥାରେ

ବୁଢ଼ା ପର୍ଯ୍ୟନ୍ତ

ରଖି କିଆଁ ହେବ ସେ ହନ୍ତସନ୍ତ |

ଦାମୁଡ଼ିଆ ଗୋରୁ ଚଢ଼ା ଦରରେ 

କିଣନ୍ତି ବେପାରୀ ହାଟବାଟରେ 

ଗୋରୁ ବେପାର 

କରିଲେଣି ହିନ୍ଦୁ ମନେ ବିଚାର |

ଗାନ୍ଧି ଗୋପବନ୍ଧୁ ବୁଦ୍ଧଙ୍କ ବାଣୀ

ଦେଖାଇଲେ ଅହିଂସାର ସରଣୀ

ଋଷି ବଚନ

ବିଜ୍ଞାନ ଯୁଗରେ ନିଷ୍ପ୍ରୟୋଜନ |

ଗୀତା ଭାଗବତ ନୀତି ଆଦର୍ଶ

ହରାଇଲାଣି ଧର୍ମୀୟ ଉତ୍କର୍ଷ

ପୁଣ୍ୟ ଭାରତ

କିଥିଲା କି ହେଲା ତଳିତଳାନ୍ତ |

ଜୀବ ପ୍ରତି ଦୟା ନାହିଁ ଯାହାର

ଶ୍ଵାପଦ ଦାନଵ ଠାରୁ ଇତର

ଖଳ ବର୍ବର

ପଡ଼ିବ ନିଶ୍ଚେ ରୌରବ ନର୍କର |



Rate this content
Log in

Similar oriya poem from Inspirational