STORYMIRROR

Ajay kumar Behera

Romance

2  

Ajay kumar Behera

Romance

"Happy Rose Day"

"Happy Rose Day"

1 min
199

ଗୋଲାପ ଦିବସେ

କି ଲାଭ ହୋଇବ ଗୋଲାପ ଦେଇ

ହୃଦୟରେ ଯଦି

ପ୍ରେମ ଭାବ ନ ଥିବ ଟିକେ ଭାଇ


ପ୍ରେମ ଚିରନ୍ତନ

ଦୁଇ ହୃଦୟର ଗୋପନ କଥା

ଥରେ ଭାଙ୍ଗିଗଲେ

ମନରେ ଉଠଇ କେତେ ଯେ ବ୍ୟଥା


ସବୁରି ହୃଦୟେ

ଭରି ରହି ଥାଉ ସ୍ୱର୍ଗୀୟ ପ୍ରେମ

ଦିବସ ରାତ୍ରିରେ

ବୁଝି ହେଉ ଥାଉ ଆତ୍ମୀୟ ମର୍ମ

ଏଡେକି ସୁନ୍ଦର

ଅପରୂପ ଭରା ଏଇ ସଂସାର

ବିଚିତ୍ର ପୁଣି ଯେ

ସୃଷ୍ଟି ସେଇ ବିଶ୍ୱ ନିୟନ୍ତାଙ୍କର


ତାଙ୍କରି ସୃଷ୍ଟିରେ

ଭରି ରହିଛି ମହ ଆଉ ମାୟା

ଛୋଟ ବଡ଼ ଯେତେ

ସଭିଏଁ ହୁଅନ୍ତି ପ୍ରେମରେ ବାୟା


ଲୋକ ଦେଖାଣିଆ

କାହିଁକି ଦେବି ମୁଁ ଗୋଲାପ ନେଇ

ମନେ ପ୍ରେମ ଥିଲେ

ଖୁସିରେ ରହିବି ସଂସାରେ ଯାଇ


ପରକୁ ଆପଣା

କରି ପାରେ ମହତ ସେଇ ଏକା

ତାବିନା ସଂସାର

ଦୂରରୁ ଦୂରରୁ ଲାଗଇ ଫିକା


ଆସ ଆମେ ଆଜି

ଏକାଠି ହୋଇଣ ଗାଇବା ଗୀତ

ପ୍ରେମ ଭାବ ନେଇ

ଖୁସିରେ ବଞ୍ଚିବା ହୋଇଣ ମିତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance