STORYMIRROR

MADHU MITA

Inspirational

3  

MADHU MITA

Inspirational

ହାୟେରେ ହାଏ

ହାୟେରେ ହାଏ

1 min
166

ହାୟେରେ ହାୟେ..

ସତର୍କେ ଧାଏଁ..


କେତେ ଡରିବି କହ ରେ ଜୀବାଣୁ..!

କେତେ ରୂପେ ମାରୁ ଏହା କି ତୁ ଜାଣୁ..?


ଆଁଥ୍ରାକ୍ସ ହୋଇ 2001ରେ..

ଆସିଲୁ କେତେ ବଡ଼ କଳେବରେ..?


ସେତିକିରେ ମନ ମାନିଲା ନାହିଁ..

2002 ର ୱେଷ୍ଟ ନାଇଲ ଯେ ତୁହି..?


ସାର୍ଷ ହୋଇ 2003 ରେ ଡରେଇଲୁ..!

2005 ରେ ବର୍ଡ୍ ଫ୍ଲୁ ବୋଲାଇଲୁ..?


ଇକୋଲି ହୋଇ 2006 ସାରିଦେଲୁ..!

2009 କୁ ସ୍ୱାଇନ ଫ୍ଲୁ ସାଜି ଗ୍ରାସିଲୁ..?


ମାୟା ସଭ୍ୟତାରେ 2012 ଶେଷ ବର୍ଷ ଥିଲା..!

2014 ରେ ପୁଣି ଇବୋଲା କେମିତି ଆସିଲା..?


2016 ରେ ଜିକା ହେଲୁ ପୁଣି 2018 ରେ ନିପା..?

2020 ର କରୋନା ତୋ ଉପରେ ମୁଁ ସତେ ଖପା..!


ମୃତ୍ୟୁ ଥାଏ ସବୁବେଳେ ସତ୍ୟ ହୋଇ..

ତାକୁ କିଏ କେବେ କଣ କଳନା କରଇ..?


ମିଡ଼ିଆ କହୁଛି ମରିବା ରୋଗରେ..

ବିନା ରୋଗେ କଣ ଯିବନି ଜୀବ ରେ..?


ପରିଷ୍କାର ରୁହ ଜୀବାଣୁ ଡରିବ..

ନିଧି ବୁଢ଼ା କଥା ସତ ଯେ ହୋଇବ..!


ମୁଣ୍ଡ ପୁରେଇଲେ ମିଥ୍ୟା ଗୁଜବରେ..

ଚାଲିଯିବ ପ୍ରାଣ ସତେ ଅକାରଣରେ..!


ଜନହିତରେ ଜାରି..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational