ହାଟୁଆ
ହାଟୁଆ
ହାଟୁଆ ମୁଁ ଏକ ହାଟକୁ ଆସିଛି
ସେପାରିରୁ ଏ ପାରିକି ।
ପଣ୍ୟ ଦ୍ରବ୍ୟ କେତେ ସାଥିରେ ଆଣିଛି
ବିକିବା ପାଇଁ ଏଠିକି ।।
ହାଟ ଦେଖି ମୋତେ ଲଜ୍ଜିତ ଲାଗୁଛି
ଛୋଟ ଏ ଗଣ୍ଠିଲି ମୋର ।
ଗଣ୍ଠିଲି ଖୋଲିଛି ପସରା ମେଲିଛି
କରିବା ପାଇଁ ବେପାର ।।
କିଏ ଆସୁଥାଏ କିଏ ଯାଉଥାଏ
ମୁଲାଉ ଥାଆନ୍ତି କେହି ।
କିଏ ନେଉ ଥାଏ କିଏ ଦେଉଥାଏ
କିଏ ଦେଖୁଥାନ୍ତି ରହି ।।
ଅଢେ଼ଇ ଦିନର ହାଟ ଏଠି ବସେ
ବେପାରି ବହୁ ଆସନ୍ତି
ବିକନ୍ତି କିଣନ୍ତି ଏଠି ରହିଥାନ୍ତି
ଆର ବାରି କଥା ଚିନ୍ତି ।।
କିଏ କହେ ବହୁ ବେପାର ହୋଇଛି
ବହୁତ ପାଇଛି ଲାଭ ।
କାହା ପାଇଁ କିଏ ଅକାଳ ହୋଇଛି
ହରାଇ ବସିଛି ସର୍ବ ।
ଆଣିଥିଲି ଯାହା ଦ୍ରବ୍ୟ ମୋ ସାଥିରେ
ବିକା ବିକି ଏଠି
କଲି ଆଉ କିଛି ମୁହିଁ ଏହିଠାରେ ରହି
କିଣା କଣି କରିଥିଲି ।।
କିଣା କିଣି ଯାହା ଏଠି କରିଥିଲି
ଗଣ୍ଠିଲି କରିଛି ମୁହିଁ ।
ହାଟ ସରିଲାଣି ଭେଳା ଲାଗିଲାଣି
ସେପରିକି ଯିବାପାଇଁ ।।