ହାଟ
ହାଟ


କେ ଜାଣେ ଦଇବ କେବେ ଯେ ଡାକିବ
କେ ପାରିବ ତାହା କହି
କେତେ ଛନ୍ଦେ ଛନ୍ଦ କେବେ ମହାନନ୍ଦ
କେବେ ଦୁଃଖ ନିଏ ବହି । 1
କେମିତି ଜାଣିବ କେତେ ମାୟା ତାର
କେ ଅବା ବୁଝିବ ତାହା
କେବେ ସେ ହସାଏ କେବେ ଯେ କନ୍ଦାଏ
କେବେ ପୁଣି ହୁଏ ସାହା । 2
କେତେ ରଙ୍ଗେ ରଙ୍ଗ କେତେ ଯେ ରସାଏ
କେତେବେଳେ ରଙ୍ଗ ଖାଲି
କେତ
େ ଦିନ ଲାଗି କେତେ ଯେ ସଉଦା
କେବେ ଭାଙ୍ଗି ଦିଏ ଚୁଲି । 3
କେମିତି ଜୀବନ କେମିତି ମରଣ
କେବେ ଯେ ସରିବ ହାଟ
କେହି ନ ପାରଇ କେବେ ସେ ହିସାବ
କେତେ ଯେ ରହିଛି ବାଟ ।4
କେତେ ଦିନ ପାଇଁ କେତେ ଆଣ୍ଟ କରୁ
କେବଳ ମାୟାରେ ପଡି
କେତେ ବେଳେ ପ୍ରାଣ କେବେ ଯିବ ଛାଡି
କେବେ ସିଏ ନେବ ଭିଡି । 5