ହାତରେ ସମୟ
ହାତରେ ସମୟ
ସରି ସରି ଆସେ ହାତ ରେ ସମୟ
ଗଡ଼ି ଗଡି ଯାଏ ବିତି
ଦିନ ପରେ ରାତି ଆସଇ ଆଗକୁ
ରାତି ପରେ ଦିନ ଗତି ।
କରୁଛି ନିଇତି ଘଣ୍ଟା କଣ୍ଟା ଘୁରି
ବୁଲୁଛି ସୁତିବ୍ର ତର
ସରି ସରି ଆସେ ହାତ ରେ ସମୟ
ଅବିରତ ବହିଚିର ।
ହାତରେ ସମୟ ସରି ସରି ଆସେ
ଶୋଇ ରହି କେତେ କାଳ ।
ଅଯଥାରେ ବୃଥା ବ୍ୟୟ କରି ଦେଉ
କରିବ କେ ? ଅଟକଳ !!!!
ବହୁ ପରିମାଣ ସମୟ ଯାଇଛି
ଅଯଥାରେ ହୋଇ ବ୍ୟୟ
ଶ୍ରମ କରି ଥିଲେ ଜୀବନ ହୁଅନ୍ତା
ଆହା କେଡ଼େ ମଧୁମୟ ।
ମଣିଷର ଭାବ ଅଭାବ ଆକାଂକ୍ଷା
ପୂରଣ ନହେଲେ ନାହିଁ
କହି ବୁଲୁ ଥାଏ ଅବିରତ ସିଏ
ହାତରେ ସମୟ ନାହିଁ ।
ସମୟ କ୍ରମରେ କାର୍ଯ୍ୟ କରିବାରେ
କୌଶଳ ପ୍ରୟୋଗ କରି
ଆପଣା ଉଦ୍ଦେଶ୍ୟ ପୂରଣ ସକାସ
ଜନେ ଥାନ୍ତି ବିଧି ଗଢି ।
କାର୍ଯ୍ୟ ଧାରା କ୍ରମ ହୁଏ ସମ୍ପାଦନ
ସମୟ ସାରଣୀ ଘେନି
ପୁଲକିତ ଖୁସି ମଉଜେ ଉଲ୍ଲସି
ଉଠନ୍ତି ସକଳ ପ୍ରାଣୀ ।
ଅଳସୁଆ ହୋଇଥାନ୍ତି ଯେତେ ରହି
ସବୁ ଟୋକା ବୁଢ଼ା ବୁଢ଼ୀ
ଦୁର୍ମୂଲ୍ୟ ସମୟ ମଉଜ ରେ ବ୍ୟୟ
କରି ଦ୍ୟନ୍ତି ଆଗେ ଛାଡ଼ି ।
ପଛରେ କହନ୍ତି ହାତ ରେ ଆମର
ସମୟ ହୁଏ ନା ଧରି
ବିତି ଯାଉ ଅଛି ଅବିରତ ବହି
ଯାଏ ନଦୀ ସ୍ରୋତ ପରି ।
ହାତ ରେ ସମୟ ଧରି ହୁଏ ନାହିଁ
କରିବୁ କିପରି କାମ
ଅଭାବରୁ ରକ୍ଷା ପାଇବା ଉପାୟ
କି ଅବା ପ୍ରତି ବିଧାନ ।
କରି ନ ପାରି ବୁ ଅଢେଇ ଦିନିଆ
ଜୀବନ ଆମର ଏହି
ଯେତେ ଦିନ ଯାଏଁ ରହି ଥିବୁ ଭବେ
ମଉଜେ ଦେବା ବିତାଇ ।
ଆୟୁ ବୃଦ୍ଧି ପାଏ ସଫଳତା ମିଳେ
ହାତ ରେ ସମୟ ଧରି
ପାରି ଥିଲେ ସିନା ଦୁଃଖ ଦୁର୍ଘଟଣା
ଯାଇ ଥାଏ ଯେ ଦୂରେଇ ।
ଏଣୁ କି ସଭିଏଁ ଆପଣା ହାତ ରେ
ଧରିବା ସମୟ ଆସ
କ୍ଷଣିକ ଜୀବନେ ପବିତ୍ର ଉତ୍ସାହ
ଧରି ରଖି ଯିବା ଯଶ ।
ଦିବ୍ୟ ଭାବ ଭରା ଉନ୍ମାଦନା ଧରି
ଆଳସ୍ୟ ଶକ୍ତିହୀନତା
ଦୂରେଇ ସଂଗ୍ରାମ ରଚି ଅବିରାମ
ଚେଷ୍ଟା କରି ସଫଳତା ।
ହାସଲ କରିବା ହାତ ରେ ଧରିବା
ସମୟ ସଭିଏଁ ଆସ
ସମୟ ହିଁ ଦିଏ କ୍ଷଣିକ ଜୀବନେ
ସୁଖ ଶାନ୍ତି ଓ ସନ୍ତୋଷ ।
ସମୃଦ୍ଧି ପଥରେ ହୋନ୍ତି ଅଗ୍ରସର
ହାତ ରେ ସମୟ ଧରି
ପରିଶ୍ରମୀ ଜନେ ଆପଣାର କାମେ
ଦେଖ ରତ କେଉଁ ପରି ।
ଅଳସୁଆ ହୋଇ ଜନେ ଥାନ୍ତି କହି
ହାତ ରେ ସମୟ ନାହିଁ
କିନ୍ତୁ ପରିଶ୍ରମୀ ସମୟ କୁ ଧରି
ସାଧନେ ଥାଆନ୍ତି ଧାଇଁ ।