STORYMIRROR

Aishwarya Mishra

Inspirational

3  

Aishwarya Mishra

Inspirational

ହାତକଡ଼ି

ହାତକଡ଼ି

1 min
11.5K

ତା' ହାତରେ

ପିନ୍ଧାଇ ପାରିବ ହାତକଡ଼ି 

ପାଦରେ ତା'

ବାନ୍ଧି ପାରିବ ବେଡ଼ି 

କିନ୍ତୁ

ବିପ୍ଳବର ଅଗ୍ନିଶିଖାକୁ

କରିପାରିବ କି ବନ୍ଦୀ !

ବିପ୍ଳବୀର ଭାବନାକୁ

ପାରିବ କି ବାନ୍ଧି ! 

ସବୁ ବନ୍ଧନକୁ ଭାଙ୍ଗି ଦିନେ

ସ୍ଵାଧିନା ସେ ହେବ

ହାତକଡ଼ି ଖୋଲି ଦେଇ

ମୁକ୍ତ ବିହଙ୍ଗୀ ସେ ସାଜିବ

ଖୋଲା ଆକାଶ ତଳେ

ମୁକ୍ତ ଡ଼େଣା ଖୋଲିବ 

ପବନ ସହ ତାଳ ଦେଇ

ସ୍ଵାଧିନ ସେ ହୋଇବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational