ହାସ୍ୟ ରସେ ଏବେ ମଜ୍ଜ
ହାସ୍ୟ ରସେ ଏବେ ମଜ୍ଜ
ବିରସ ବଦନ କିମ୍ପା ପ୍ରାଣନାଥ
କିଏ କି କହିଲା ଆଜ,
ଦେଖି କରି ହୃଦ କରତି ହେଉଛି
କୁହ ହେ ଦ୍ଵାରିକାରାଜ ।
ପ୍ରତିକାର କରିବା କିଛି
ଯା' ପାଖରେ ଯେଉଁ ଉପାୟ ଅଛି ।
ପ୍ରତିକାର କରିବା କିଛି ।
ଶଶୀରେଖା ଆଉ ମାଧବୀ, ମାଳତୀ,
ଅଳକା, ମରୁଆ, ଲଗ୍ନା, ଜାମ୍ବବତୀ ।
ଲକ୍ଷଣା, କାଳିନ୍ଦୀ, ସତ୍ୟା, ହୈମବତୀ ,
ସେବାରେ କି ତୁମ ହେଳା କରିଛନ୍ତି ।
କହିଲେ ମୁଁ ସିନା ଆକଟ କରନ୍ତି
ପ୍ରାଣନାଥ କଥା ବୁଝ ।
କିଏ କି କହିଲା ଆଜ
ନରକାସୁରକୁ ବଧ କଲା ପରେ,
ଷୋଳ ସସ୍ର ନାରୀ ଆଣିଛ ସଙ୍ଗରେ ।
ସେଥିପାଇଁ କିବା ବିଷାଦ ମନରେ,
ବୁଝିଛୁ ଦେଇଛ ମାନ୍ୟ ସମାଜରେ ।
ଗ୍ରହଣ କରିବୁ ଭଗିନୀ ଭାବରେ
ବିଷାଦ ଏଥର ତେଜ ।
ହାସ୍ୟ ରସେ ଏବେ ମଜ୍ଜ ।

