ହାରିବା ଟି ଭଲ !
ହାରିବା ଟି ଭଲ !
ହାରିବାରେ ଭଲ
କୁଟୁମ୍ବ ସଙ୍ଗରେ
କର୍ତ୍ତବ୍ୟ କୁହେ ବ୍ୟକ୍ତିର !
ନିଜେ ହାରି ଯିବା
ନିଜ କର୍ମ କ୍ଷେତ୍ରେ
ନୂହେ କର୍ମ ମନୁଷ୍ୟର !!
ଭାଗ୍ୟକୁ ଆଦରି
ବସି କି ରହିଲେ
ହେବୁ କି ସଫଳ ତୁହି !
ହାରିବା ଜିଣିବା
ସମୟର ଚକ୍ର
ପଛଘୁଞ୍ଚା ନୂହ କେହି !!
କର୍ମପଥେ ରହି
କାର୍ଯ୍ୟ କରୁ ଥିଲେ
ହେବୁରେ ସଫଳ ଦିନେ !
ଅସଫଳ ଦିନ
ନୂହେ ଚିରଦିନ
ରଖି ଥିବୁ କର୍ମ ଜ୍ଞାନେ !!
ଭାଗ୍ୟ ନୁହେଁ କିଛି
ବାହାନା କେବଳ
କର୍ମ ଯୋଗୀ ହୁଅ ତୁହି !
ଯିବ ପରା ଘୁଞ୍ଚି
ଅସଫଳ ଦିନ
ଆସିବ ସଫଳ ଏହି !!
ହାରିବା ଜିଣିବା
ମନୁଷ୍ୟ ଜୀବନ
ଚିନ୍ତା କରୁ କାହିଁ ପାଇଁ !
ଆଜି ହାରି ଗଲେ
କାଲି ଜିଣି ଯିବୁ
କରୁ ଥିବୁ ଚେଷ୍ଟା ତହିଁ !!
