STORYMIRROR

Ranjulata Behera

Abstract

2  

Ranjulata Behera

Abstract

ହାରିବା ପଣରେ ବିଜୟିନୀ

ହାରିବା ପଣରେ ବିଜୟିନୀ

1 min
138

ଅବ୍ୟକ୍ତର ଭାବ ବ୍ଯକ୍ତର ଶବ୍ଦରେ ଦୋଳାୟିତା ମୁଁ ବିଜୟିନୀ 

ଅସ୍ଥି ମଜ୍ଜାଗତ ସ୍ପନ୍ଦିତ ରୁଧିରେ ହୃଦୟର ପ୍ରାଣଦାୟିନୀ 


ବାର ବାର ଖୋଜେ ବସନ୍ତ ଠାବକୁ ମୋ ଅନ୍ତରାତ୍ମା ପ୍ରଦେଶରେ

ତିଳ ତିଳ ଜଳେ ମୁକ୍ତ ହୀରାଟିଏ ବନ୍ଧୁର ଗନ୍ତବ୍ୟ ପଥରେ

ଅଶୋକ ବନରେ ନଜର ବନ୍ଦିନୀ ସତୀତ୍ବର କଙ୍କଣ ନାଇ

ବକ୍ଷ ଦେଶ ଦେଇ ଚଳ ସ୍ରୋତସ୍ବିନୀ ଶୁଷ୍କ ମୃତ୍ତିକାକୁ ଭିଜାଇ 


ପକ୍ବ ଯଉବନେ ଚଞ୍ଚଳା ନୟନେ ମୁଁ ଉଛୁଳା ଯମୁନାଟିଏ

ପ୍ରତି କ୍ଷଣେ କ୍ଷଣେ ସୁଖ ଅନ୍ବେଷଣେ ଆନମନା ହରିଣୀଟିଏ

ଶିଆଳି ଲଟାର ଛନ୍ଦେ ଛନ୍ଦାଛନ୍ଦି ପ୍ରୀତି ଫଗୁଣ ରଙ୍ଗ ପାଇଁ 

ମରୁ ମରୀଚିକା ଭ୍ରାନ୍ତ ପଥେ ପଥେ ତୃଷାର୍ତ୍ତି ପଥିକଟି ମୁହିଁ 


ଝରା ଶ୍ରାବଣର ବିଜନ ରାତ୍ରିରେ ନିମ୍ନଗା ମୁକ୍ତା ବାରିଧାରା

ସମୟ ସ୍ରୋତରେ ଅବିରାମ ଦିଗେ ମୋକ୍ଷ କାମିନୀଟିଏ ପରା

ବନ୍ଧୁର ପଥରେ ବେଖାତିର ପଣ ଅନ୍ତରର ଶୁଦ୍ଧତା ପାଇଁ 

ବାର ବାର ଅତ୍ର ଉପେକ୍ଷିତ ଜୀବ ବିଜୟର ମୁକୁଟ ନାଇ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract