STORYMIRROR

sudhakar sethi

Inspirational

3  

sudhakar sethi

Inspirational

ହାରିବ କରୋନା

ହାରିବ କରୋନା

1 min
53


ବିଶ୍ୱ ଲଢୁଛି ଆମେ ଲଢିବା 

ହରାଇବାନି ସାହସ

ନିଜର ସୁରକ୍ଷା ନିଜର ହାତେ

ମାନିବାରେ ସରକାରୀ ନିର୍ଦ୍ଦେଶ।


ପଶୁ ନୁହେଁ ଆମେ ନୁହେଁ ଅବୁଝା 

ଭଗବାନଙ୍କ ଶ୍ରେଷ୍ଠ ସୃଷ୍ଟି 

ଵିଭୁଙ୍କୁ ସୁମରି ବିତାଇବା ଦିନ

ହସିବ ଜଗତ ହସିବ ଜାତି


ଭିଡଭାଡ ଛାଡି ହୋଇବା ସ୍ଵଚ୍ଛ

ଏ ମାରାତ୍ମକ ଭୂତାଣୁକୁ ପାରିବା ରୋକି

ସାଧାରଣ ସ୍ଥାନକୁ ଯିବାନି କେହି

ସଚେତନତା ଆମର ବନିବ ସାଥି


ଧୋଇବା ହାତ ପିନ୍ଧିବା ମୁଖା

ସ୍ପର୍ଶରୁ ବଢେ କରୋନା 

ମାନିବା ନିର୍ଦ୍ଦେଶ ଲଢିବା ଆମେ

ନିଶ୍ଚେ ହାରିବ ଏ କରୋନା ।

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational