Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ହାରି ଯାଉଥିବା ରାତି

ହାରି ଯାଉଥିବା ରାତି

1 min
211



କାହାର ଗୋଟିଏ ପଦ

ସମବେଦନା ଆଉ ଲୋଡନି,

ସହାନୁଭୁତି ବି ଖୋଜନି

ଆଉ କାହାଠାରୁ I

ଯେଉଁଠି ହାର ଜିତ୍ ର 

କଥା ଅଛି,

ଯେଉଁଠି ଜୀବନ ମୃତ୍ୟୁର 

କଥା ଅଛି,

ଯେଉଁଠି ହଜି ଯାଇଥିବା

ବାଟର କଥା ଅଛି,

ସେଠି ଆଉ କିଏ ବା କଣ ଖୋଜିବ ?

ସମତଳ ଚଲା ରାସ୍ତାରେ

କିଛି ଖାଲ ଖମା ଆସିଗଲା,

ସେଥିପାଇଁ କଣ

ବାଟ ଚାଲିବା ଛାଡିଦେବ ନା କଣ ?

ଆଲୁଅ ପରେ ଅନ୍ଧାର,

ସୁଖ ପରେ ଦୁଃଖ ପରା

ଦୁନିଆର ରୀତି I

ବ୍ୟସ୍ତ ହେଉଛ କାହିଁକି

ଭଲପାଇବାର ପ୍ରତିଦାନରେ

ଜଣେ ଭଲପାଇବା ହିଁ ଖୋଜେ

ଭଙ୍ଗା ମନ, ଭଙ୍ଗା ହୃଦୟ 

କଣ ଏତେ ସହଜେ ଯୋଡିହୁଏ ?

ନିଜେ କେବେ ଅନୁଭବ କଲେ

ଜାଣି ପାରିବ ଯେ I

         


Rate this content
Log in

Similar oriya poem from Abstract