STORYMIRROR

Subhashree Nayak

Tragedy Others

2  

Subhashree Nayak

Tragedy Others

ହାରି ଯାଇଛି ଆଜି

ହାରି ଯାଇଛି ଆଜି

1 min
128

ଜୀବନ ନାମକ ଅଙ୍କାବଙ୍କା ରାସ୍ତାରେ

ପାଦ ଥାପି ଅତି ସତର୍କତାରେ

ଥକି ଯାଇଛି ଆଜି

ସତେ କି ଯୁବ ବର୍ଗର କୋଳାହଳ ମଧ୍ୟେ

ବାର୍ଦ୍ଧକ୍ୟର ଅସହାୟତା ସାଜି।

ସମୟର ଅବିରତ ସ୍ରୋତରେ

ଧକ୍କା ଖାଇ ବହୁ ଘାତ ପ୍ରତିଘାତରେ

ହାରି ଯାଇଛି ଆଜି

ଶୋଇ ଯାଇଛି ଧରଣୀକୁ ଆଲିଙ୍ଗନ କରି

ଡେଣାହୀନ ପକ୍ଷୀ ଟିଏ ସାଜି।

ପଥରେ ଆଗକୁ ଅଗ୍ରସର ହେବା ଲକ୍ଷ୍ୟରେ

ଉନ୍ମତ୍ତ ଭାବନାକୁ ଚାପି ରଖି ସ୍ମୃତିର ଫରୁଆରେ

ପଡ଼ି ରହିଛି ଆଜି

ମନେ ମନେ ଶ୍ମଶାନର ନୀରବତାରେ

ନିଜର ଆତ୍ମୀୟତାକୁ ଖୋଜି।

ନୀରବ ସୁନ୍ଦର ସାଇତା ସପନ ଭିଡ଼ରେ

ବାସ୍ତବିକତାର ଅବ୍ୟକ୍ତ କୋଣରେ

ମରି ଯାଇଛି ଆଜି

ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତି ମଧ୍ୟରେ

ନିଜର ଅସ୍ତିତ୍ବକୁ ଖୋଜି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy