STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ହାକୁମ୍ ଭାଈ

ହାକୁମ୍ ଭାଈ

1 min
123


      

ହାକୁମ୍ ଭାଈ ରେ ହାକୁମ୍ ଭାଈ,

ପବନେ ସବାରୀ ଯାଉଛି ବାହି l


ସବାରୀ ଭିତରେ ସୁନା କନିଆଁ,

ପାଲିଙ୍କି ହଲୁଛି ଲାଗେ ଛାନିଆ l


ଆଖିରେ ଦେଖୁଛି ସପନ କେତେ,

ଆକାଶେ ଉଡୁଛି ବିହଙ୍ଗ ସତେ l


ମୁରୁକି ମୁରୁକି ଦେଉଛି ହସି ,

ସପନେ କି ଅବା ପାହିବ ନିଶି l


ହାକୁମ୍ ଭାଈରେ, ହାକୁମ୍ ଭାଈ,

ଧୀରେ ଧୀରେ ଟିକେ ଚା'ଲ ତୁହି l


ଭାରି ଡରକୁଳି ଏ କୁନି ବହୁ,

ସପନ ତାହାର ତୁଟି ନ ଯାଉ l


ହାକୁମ୍ ଭାଇରେ, ହାକୁମ୍ ଭାଈ,

ବୋହୂକୁ ଯାଆ ତୁ କଲ୍ୟାଣ ଦେଇ l


 ସ୍ବର୍ଣ୍ଣ ସୂତ୍ରେ ଗୁନ୍ଥି ସ୍ବପ୍ନର ଛବି,

ହୀରକ ଜୀବନେ ଭରୁ ସୁରଭି l

      


Rate this content
Log in

Similar oriya poem from Inspirational