STORYMIRROR

Monalisha Panda

Comedy Tragedy

3  

Monalisha Panda

Comedy Tragedy

ହାଏ ରେ କରୋନା

ହାଏ ରେ କରୋନା

1 min
166

ହାଏ ରେ କରୋନା ! ଏଇଆ କଲୁ 

ସବୁ ଲୋକ ଙ୍କୁ ଘରେ ବସେଇ ଦେଲୁ ।।

ଜନମି ତୁ ଚୀନ୍ ଦେଶରେ 

ଭାରତ କୁ କାହିଁ ପଶି ଆସିଲୁ ?

ପୁନେଇଁ ପରବ ରଜ ସଂକ୍ରାନ୍ତି  

ଯାନି ଯାତରା ସବୁ ବନ୍ଦ କଲୁ ।।

ତୋ ପାଇଁ ଲୋକ କେତେ ହଉଛନ୍ତି ହନ୍ତସନ୍ତ 

ବସିଛୁ କାହିଁ ତୁ ହୋଇ ନିଶ୍ଚିତ ? 

ଛି ଲୋକ ସବୁ ତତେ କଲେଣି 

ନେ ଭାରତ ରୁ ଏବେ ତୁ ମେଲାଣି ।।

ପିଲାଠାରୁ ବୁଢା ଯାଏଁ ସଭିଏଁ କହିଲେଣି 

କରୋନା ସବୁ ସାରି ଦେଲାଣି ।।

ଏତେ କଥା ଶୁଣି ବସି ରହିଛୁ କାହିଁ 

ଆଦର ସ୍ନେହ ଯେଉଁଠି ନାହିଁ ।।

ବାଟ କାଟି ଏବେ ଯା ତୁ ତୋ ଘରେ 

ଭାରତ ବାସୀ ଙ୍କୁ ବଞ୍ଚିବାକୁ ଦେ ନିଶ୍ଚିନ୍ତ ରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy