ହାଏ ରେ ଜୀବନ
ହାଏ ରେ ଜୀବନ


ବଡ ଜଟିଳ ଏ ସମାଧାନ ସୂତ୍ର
ସତରେ,ଏ ଗଣିତ କି ବିଚିତ୍ର !
ଅଧିକରୁ ଅଧିକ ଯେ
ପରାଜୟ କ୍ଷେତ୍ର ,
ଲୁଚିଛି କେଉଁ ସନ୍ଧିରେ
ବିଜୟର ମନ୍ତ୍ର !!
ବ୍ୟାସର୍ଦ୍ଧ ତ ପାଉନାହିଁ,
ପରିଧି ମାପିବି କାହିଁ ?
ଯେତେ ଚେଷ୍ଟା କଲେ ମୁହିଁ
ଆଦ୍ୟ ପ୍ରାନ୍ତ ପାଉନାହିଁ !!
ସତରେ,ଏ ଗଣିତ କି ବିଚିତ୍ର !
ଏହା ବୋଧେ ଜୀବନର ଅର୍ଥ !!