ଗୁରୁଯେ ମଳୟ ପବନ
ଗୁରୁଯେ ମଳୟ ପବନ
ଗୁରୁଯେ ମଳୟ ପବନ
ଗୁରୁ ଯେ ମଳୟ ପବନ
କାଷ୍ଠ କୁ କରନ୍ତି ଚନ୍ଦନ
ଜୀବନେ ଗୁରୁ ମନ୍ତ୍ର ସାର
ବ୍ରହ୍ମା ବିଷ୍ଣୁ ଯେ ମହେଶ୍ୱର
ଗୁରୁଙ୍କୁ ନମଣିବ ନର
ଗୁରୁ ହିଂ ସାକ୍ଷାତ ଇଶ୍ଵର
ଅନ୍ଦାରୁ ଆଲୋକର ପଥେ
ଚଲାନ୍ତି ଧର ମର ରଥେ
ଅଜ୍ଞାନ ନାଶି ଜ୍ଞାନ ଢ଼ାଳି
ଦିଅନ୍ତି ଜ୍ଞାନ ଦୀପ ଜଳି
ତିମିର ଘୁଞ୍ଚି ଘୁଞ୍ଚି ଯାଏ
ପଥ ଆଲୋକ ମୟ ହୁଏ
ଚିର ଶାଶ୍ୱତ ଶୁଭାକାଂକ୍ଷୀ
ନ ଯିବ ଗୁରୁ ଙ୍କୁ ଉପେକ୍ଷି
ତେଜ ଦୀପ୍ତ ସେ ଜ୍ଞାନମୟ
ସଦଜ୍ଞାନ ହୁଅଇ ଉଦୟ
ପୁରାଣ ଶାସ୍ତ୍ର ରେ ବର୍ଣିତ
ଗୁରୁଶିଷ୍ୟ ଙ୍କ କଥାମ୍ବୃତ
ଅରୁଣି ଏକଲବ୍ୟ ପୁଣି
ପ୍ରହଲ୍ଲାଦ କଥା ଶୁଣି
କୃଷ୍ଣ ଅର୍ଜୁନ ନକ୍ସ ଚରିତ
ଗୁରୁ ଙ୍କ ପଦେ ମଥା ନତ
ଅଚ୍ୟୁତ ଅଣାକାର ଜ୍ୟୋତି
ଦିବ୍ୟ ଆଭା ରେ ଝଟକନ୍ତି
ସଚରାଚର ଗୁରୁ ସେହି
ତାବିନୁ ଅନ୍ୟ ଗତି ନହଁଇ
ସର୍ବ ଶକତି କର୍ଣ୍ଣଧର
ତାପଦେ କୋଟି ନମସ୍କାର
ଆଗାମ ନିଗମ ଭବିଷ୍ୟ
ଲେଖିଲେ ମାଳିକା ଅବଶ୍ୟ
ଗୁରୁଙ୍କ ବିନା ନାହଁ ମୁକ୍ତି
ଗୁରୁ ପାଦରେ ରଖ ଭକ୍ତି
ପରମ ପୁରୁଷ ଶ୍ରୀହରି
ଗୁରୁଙ୍କ ଆଜ୍ଞା ଶିରେ ଧରି
ଯମ ଭୁବନୁ ପୁତ୍ର ଆଣି
ତୋଷ କରିଲେ ସଂଜୀବନୀ
ସର୍ବପଲ୍ଲୀ ରାଧାକ୍ରିଷ୍ଣନ
ଗୁରୁଙ୍କ ମଧେ ସେହି ଶ୍ରେଷ୍ଠ
ତାଙ୍କ ନାମରେ ଏହି ଦିନ
ଗୁରୁ ଦିବସ ବୋଲି ଜାଣ ll