Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Dani

Inspirational Others

4  

Bijay Dani

Inspirational Others

ଗୁରୁଙ୍କୁ ନ ମଣିବ ନର

ଗୁରୁଙ୍କୁ ନ ମଣିବ ନର

1 min
334



ଗୁରୁଙ୍କୁ ନ ମଣିବ ନର

ଗୁରୁ ଯେ ସାକ୍ଷାତ ଈଶ୍ୱର ।


ଗୁରୁ ବିନା କି ବ୍ରହ୍ମଜ୍ଞାନ

ଗୁରୁଙ୍କ ସଙ୍ଗେ ଭଗବାନ ।


କର୍ମ ସାଧନ ମୋକ୍ଷ ଯୋଗ

ଗୁରୁ ଆଶିଷେ ଲବ୍ଧ ଭୋଗ ।


ନିଜର କର୍ମ ଅନୁସାରେ

ସାଧନା ନର ନିଜେ କରେ ।


ଗୁରୁଙ୍କ ବିଦ୍ୟା ଦାନ ଫଳେ

ଶିଷ୍ୟ ଭୋଗେ ତା ଭାଗ୍ୟ ବଳେ ।


ଗୁରୁ ଯେ ଛାତ୍ର ପରାୟଣ

ବିଦ୍ୟା ପ୍ରଦାନେ ନାରାୟଣ ।


ଗୁରୁଙ୍କ ବିନା ଛାତ୍ର ନାହିଁ

ସମାଜ କେବେ ନ ବ୍ରତଇ ।


ଗୁରୁହିଁ ସ୍ଵୟଂ ଭଗବାନ

ପ୍ରଦାନ କରେ ଦିବ୍ୟଜ୍ଞାନ ।


ଗୁରୁ ସତ୍ୟ ଶିବ ସୁନ୍ଦର

ଶରଣ ଗଲି ଗୁରୁ ପୟର ।




Rate this content
Log in