ଗୁରୁଙ୍କୁ ମୋର ନମସ୍କାର
ଗୁରୁଙ୍କୁ ମୋର ନମସ୍କାର
ପବିତ୍ର ଆଷାଢ ପୂର୍ଣ୍ଣିମା ତିଥି ଏ
ଅନେକ ପୁଣ୍ୟ ର ଦିନ
ଏ ଶୁଭ ଲଗନେ ଶୁଭ ଅବସରେ
ବ୍ୟାସ ହୋଇଲେ ଜନମ।
ଅଷ୍ଟାଦଶ ପୁରାଣ ର ରଚଇ ତା
ସ୍ଵୟଂ ବ୍ୟାସ ମହାମୁନି
ତାଙ୍କ ସମ ପରା ଏ ବିଶ୍ଵ ସଂସାରେ
କେହି ନାହିଁ ମହା ଜ୍ଞାନୀ।
ପିତା ପରାଶର ମାତା ସତ୍ୟବତୀ
ଅଙ୍କେ ଜନମ ଲଭିଲ୍
କୃଷ୍ଣ ଥରେ ଭଳି ରଖି ସଦା ମାଟି
ଦିତିକୃଷ୍ଣ ବୋଲାଇଲ।
ବ୍ୟାସ କହୁଥିଲେ ଗଣେଶ ଲେଖିଲେ
ମହାଭାରତ ର ଗାଥା
ସଂସ୍କୃତ ଭାଷାର ଅମୂଲ୍ୟ କଥା ଏ
ଲୋକ ମୁଖେ ଅଛି କଥା।
ଗୁରୁଙ୍କର ଗୁରୁ ଆହେ ମହାଗୁରୁ
ତୁମରି ଜନମ ଦିନେ
ଆହେ ବ୍ୟାସଦେବ ପରମ ପୁରୁଷ
ଶ୍ରୀ ପଦ କମଳେ ନମେ।
