STORYMIRROR

Chittaranjan Lenka

Inspirational

2.5  

Chittaranjan Lenka

Inspirational

ଗୁରୁଙ୍କୁ ଅଳି

ଗୁରୁଙ୍କୁ ଅଳି

1 min
2.7K


ଗୁରୁ ସ୍ୱୟଂ ବ୍ରହ୍ମା            ଗୁରୁ ସ୍ୱୟଂ ବିଷ୍ଣୁ

ଗୁରୁ ସ୍ୱୟଂ ମହେଶ୍ୱର

ଗୁରୁମାନେ ନିଜେ         ଯଦି ନ ବୁଝିଲେ

କି ଦୋଷ ତେବେ ଛାତ୍ରର?


ମଣିଷ ଗଢିବା             ଦାୟିତ୍ୱ ଯାହାର

ସେ ନିଶ୍ଚେ ପୂଜାର ଯୋଗ୍ୟ

ସେ ଭଳିଆ ଗୁରୁ           ମିଳିବା କଠିନ

ସତରେ ବଡ ଦୁର୍ଭାଗ୍ୟ


ସେଥିପାଇଁ ଆଜି           ସବୁ ଗୁରୁମାନେ

ଘେନିବ ବିନତି ମୋର

ଏତିକି ଭାବିବ               ତୁମରି ହାତରେ

ଆଲୋକ ଓ ଅନ୍ଧକାର


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational