ଗୁରୁକୃପା
ଗୁରୁକୃପା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ହେ ଗୁରୁ ତୁମ ପୁଣ୍ୟମୟ ପାଦୁକା ସ୍ପର୍ଶରେ
ଅନ୍ଧକାର ହୁଏ ଅଚିରେ ଦୂର
ଜ୍ଞାନରୂପୀ ସମ୍ମୋହନରେ ମନ ହୁଏ ମୁଗ୍ଧ
ଜୀବନରେ ଝରେ ବିଦ୍ୟାର ଝର ।
କୋଟି ସୂର୍ଯ୍ୟସମ ତୁମ ଦିଵ୍ୟତାର ଆଭା
ଜୀବନରେ ବୁଣେ ଆନନ୍ଦ ଜ୍ୟୋତି
ତୋଜୋଦୀପ୍ତ ଅଟେ ତୁମ ବ୍ୟକ୍ତିତ୍ଵର ଚମକ
ପ୍ରତିଟି ହୃଦୟେ ଭରେ ଜ୍ଞାନର ଦୀପ୍ତି ।
ତୁମ ଶବ୍ଦର ଯାଦୁକରୀ ସ୍ପର୍ଶର ପୁଲକ
ମନେ ତୋଳିଦିଏ ସ୍ବର୍ଗୀୟ ଶୋଭା
ଅମ୍ଳାନ ତୁମ ଅବିନାଶୀ ଉପଦେଶର ବାର୍ତ୍ତା
ଜୀବନକୁ ପ୍ରତିକ୍ଷଣେ କରେ ମନଲୋଭା ।
କେଉଁ ଶବ୍ଦରେ ସଜାଇ କରିବି ତୁମକୁ ପ୍ରଣାମ
କି ରୂପେ ଦେବି କବିତାରେ ଉପମା
ତୁମେ ତ ସାକ୍ଷାତ ଦିବ୍ୟ ସ୍ବରୂପେ ଓମ୍ କାର
କି ରୂପେ କରିବି କୁହ ପଦ ବନ୍ଦନା ।
ତୁମ ଶ୍ରୀପୟରେ ରହୁ ସଦା ଚିରନ୍ତନ ଧ୍ୟାନ
ଦେଉଥାଅ ବାରେ ପୁଣ୍ୟ ଆଶୀର୍ବାଦ
ଜୀବନର ସବୁ ଦୁଃଖ କଷ୍ଟ ହୋଇବ ଲାଘବ
ଜୀବନେ ଶୁଭୁଥିବ ସଦା ଆନନ୍ଦର ନାଦ ।