ଗୁରୁଦେବ ଚିନ୍ତନ
ଗୁରୁଦେବ ଚିନ୍ତନ
"ଗୁ " ରୁ ଅନ୍ଧକାର
"ରୁ "ରୁ ଆତପର
ଦେବ ଦେବଙ୍କ ର ଦେବ
ତୁମେ ଗୁରୁ ବ୍ରହ୍ମା
ତୁମେ ଗୁରୁ ବିଷ୍ଣୁ
ଗୁରୁ ସ୍ୱୟଂ ମହାଦେବ.....।
ଚିନ୍ମୟ ତୁମେ
ଚିର ପ୍ରେମ ମୟ
ଅପରୂପ ଶ୍ରୁତିଦେବ
ଭୁବନ ମୟ ହେ
ଦିବ୍ୟଜ୍ୟୋତିର୍ମୟ
ପ୍ରଭାଦୀପ୍ତ ସୁରବିମ୍ବ.....।
ପ୍ରଭଞ୍ଜନ ଗାଏ
ବନ୍ଦନା ଗୀତି ଏ
ପ୍ରଜ୍ଞାଦୀପ୍ତ ଦିଗ୍ ଭବ
ଅର୍ଚ୍ଚନା କରନ୍ତି
ଚୁନା ଚୁନା ଉଡ଼
ସୁରବର୍ମନ କକୁଭ....।
ବଧ୍ନ, ବିଧୁ ନୀତି
କରନ୍ତି ଆରତୀ
ଗୁରୁ ଆନ୍ଦ୍ୱୟ ସଂରାବ
ଲପିତ ରାଦ୍ଧାନ୍ତ
ଗୁରୁ ଦଣ୍ଡ ବତ
ଅଟେ ଦୈବ ପ୍ରତିଶ୍ରବ....।
ମନ୍ଦ ମରୁତ
ଗନ୍ଧ ଆବୋରି
ଛନ୍ଦେଣ ଶ୍ରେୟସ୍ ଶିବ
ଦିବା ବିଭାବରୀ
ଦ୍ଵନ୍ଦ ପରିହରି
ଜପ ଗୁରୁ ନାମ ଭବ....।
କ୍ଷିତି,ଆପ୍,ତେଜ
ମରୁତ,ବ୍ୟମର
ପୃଥଗାତ୍ମିକାର ଦମ୍ଭ
ଚେତସ ଶେମୁଷୀ
ଶରୀରିନ୍ ବାସୀ
ବୋଲ ଜୟ ଗୁରୁଦେବ....।।