Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rabindra Behera

Inspirational

4  

Rabindra Behera

Inspirational

ବାପା

ବାପା

1 min
183



ଭାବିଲି ଦିନେ ଆମ ବାରିର 

         ଆମ୍ବ ତମାଳ ପରି,

ହାଟ ବଜାରେ ମିଳୁଛି ସବୁ

         ବାପା ଆଣନ୍ତି ଧରି ।


ଆଉ ଦିନେ ମୁଁ ଦେଖିଲି ବାପା

         ହାତଟା ଲୁହାପରି,

କେମିତି ହେଲା ଏମିତି ହାତ

         ଏତେ ଅସନା ସରି ।


ସବୁ ବାପାଙ୍କ ଏମିତି ହାତ

          ବାପା କହିଲେ ଏକା,

 ବୁଝିବା ପାଇଁ ଛପି ରହିଲି

         ବାପା ଙ୍କ କାମ ଦେଖା,


ସକାଳେ ଗଲେ ବାବୁଙ୍କ ଘର

         ଖାଇଲେ କେତେ ଗାଳି,

 ବଗିଚା କାମ ବାପା କରନ୍ତି

         ବାପା କି ଜଣେ ମାଳି ?


ଦଶଟା ବେଳେ ଅଫିସ ଗଲେ

        ଚାରିଟା ବେଳେ ଫେରି,

ବଜାର ଛକେ ଫଳ ବିକିଲେ

        ଦୋକାନ ଟାଏ କରି ।


ମୋ ବାପା ବି ଫଳ ଦୋକାନୀ

        ଜାଣିଲି ସେହି ଦିନ,

ମାଳି ହୁଅନ୍ତି ଅଫିସ ଯା'ନ୍ତି

         କରନ୍ତି ଏତେ କାମ!


ଘର କୁ ଗଲି ପଚାରିଦେଲି

          କ'ଣ କର ସବୁ ?

ହସି କହିଲେ ମୁଁ ପରା ସେ

          ଅଫିସ ବଡ଼ ବାବୁ ।


ପଇସା ମୋର ବହୁତ ଅଛି

        ଯିବୁ ନୁ କେବେ ଡ଼ରି,

ଯାହା କହିବୁ କିଣି ଆଣିବି

        ତୁ ପରା ମୋ ପରୀ ।


ତୋ ପାଇଁ ଗୋଟେ ତାଜମହଲ

         ଗଢିପାରିବି ଝିଅ,

ସେଇଥିପାଇଁ ଲୁହା ଠୁଁ ଟାଣ

         କରିଛି ମୋର ଦେହ ।


ଜାଣିଲି ବାପା ଖାତା ମଲାଟ

         ଆମକୁ ଭଲ କରି,

ଖରା ବର୍ଷା ରେ ପଇସା ଆଣେ

         ନିଜ କୁ ଜାଳି ପୋଡି ।


ସେହି ପଇସା ଦେଇ କି କିଣl

        ଆମରି ଖାଦ୍ୟ ବାସ,

ବାପା ହେ ତୁମେ ସ୍ୱର୍ଗଠୁଁ ବଡ଼

        ଦେବତା ଠୁଁ ସରସ ।


ଆଜ ଦିନରେ ବାପା ହେ ତୁମ

        ପାଦ ଧୂଳି କୁ ନେଲି,

ଅମୃତ ଠାରୁ ବଳି ସେ ଧୂଳି

         ମସ୍ତକେ ଲଗାଇଲି ।


ତୁମରି ଫୋଟୋ ମୋ ଜଗନ୍ନାଥ

         ତୁମେ ଜୀବନ୍ତ ଦିଅଁ,

ପିତା ଙ୍କ ସେବା କରିବା ପାଇଁ

         ପ୍ରଭୁ ଆଶିଷ ଦିଅ ।

       


Rate this content
Log in

More oriya poem from Rabindra Behera