STORYMIRROR

Sunanda Mohanty

Inspirational

4  

Sunanda Mohanty

Inspirational

ସାବିତ୍ରୀ ଅନୁଚିନ୍ତା

ସାବିତ୍ରୀ ଅନୁଚିନ୍ତା

1 min
195


ସେ ନାମରେ ଉନ୍ମାଦନା 

ଆଜିବି ଝୁରେ ଅବଳା 

ହୁଅନ୍ତା କି ସମଭାବପର୍ଣ୍ଣା 

ଦୁଇକୂଳର ହିତେ ସ୍ୱୟଂସିଦ୍ଧା 

ସାବିତ୍ରୀ ନାମରେ ଆଶ୍ୱାସନା 

ପୁଣି ଆସ୍ୱାଦନରେ ସମ୍ବେଦନା 

ସାବିତ୍ରୀ ରାଜନନ୍ଦିନୀ 

କିପରି ହେଲ ବୁଦ୍ଧି ବିବେକ ସମ୍ପର୍ଣ୍ଣା  

ଧନ୍ୟ ତୁମ ପିତା ମାତା 

ଧନ୍ୟ ଜନ୍ମ ବେଳା 

ସତୀ ସ୍ୱାଧୀ ତପସ୍ୱୀ 

ତ୍ୟାଗ ଓ ନିଷ୍ଠା ପରାକାଷ୍ଠା 

ଜ୍ୱଳନ୍ତ କନ୍ୟା ତୁମେ ଧନ୍ୟା 

ତୁମ ନାମେ ଏ ବ୍ରତ 

ପାଳନ୍ତୁ ଲଳନା 

ହଜିଯାଉଥିବା ସଂସ୍କୃତିରେ 

ଆଣିଦେଉ ସମ୍ଭାବନା 

ପତି ଧର୍ମ ପତି ପୂଜ୍ୟ ପତି ଅଗ୍ରଜ

ଆସୁ ଏ ସୁଭାବନା 

ସଦାଚାର ସହମତିରେ ପତି ସର୍ବସ୍ୱ 

ଭାବୁ ନାରୀ ନହେଉ ବିଡମ୍ବନା 

ଫଳ ମୂଳ ଶାଢ଼ୀ ଚୁଡ଼ି 

କେବଳ ଲୋକଦେଖାଣିଆ 

ପ୍ରକୃତ ଭକ୍ତି ଦିଏ ମୁକ୍ତି 

ଏକଥା ବୁଝନ୍ତୁ ସକଳ ଲଳନା 

ଯେତିକି ଅଛି ସେତିକିରେ ଖୁସି 

ସ୍ୱାମୀର ସହକର୍ମୀ ସହଧର୍ମୀ 

ପତି ସୁହାଗିନୀରେ ଗାରିମା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational