Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Inspirational

4  

Samar Ballav Bhoi

Inspirational

ବିଶ୍ୱାସର ଅନ୍ୟ ନାମ ବାପା

ବିଶ୍ୱାସର ଅନ୍ୟ ନାମ ବାପା

1 min
212


ମାଆର ବିଶ୍ୱାସକୁ ପଣ କରିଥିବା ମଣିଷଟିଏ

କର୍ତ୍ତବ୍ୟାମୁଖୀ ଜୀବନ ଯାହାର ବ୍ରତ

ସମସ୍ତଙ୍କ ପାଇଁ କର୍ମବ୍ୟସ୍ତ ହୃଦୟଟିଏ

ଅବିଶ୍ରାନ୍ତର ପ୍ରତିଟି ପାହଚରେ ଯିଏ

ସିଏ ମୋ ବାପା।।

ଆୟ ବ୍ୟୟକୁ ପରଖୁଥିବା ମଣିଷଟିଏ

ତେଲ ଲୁ୍ଣ ଦୁନିଆର ଆଧାର ସିଏ

ଜୀବନ ନଈରେ ବିଶ୍ୱାସର କାତ ଧରି

ଆଗକୁ ଆଗ ଚାଲୁଥାଏ ଯିଏ

ସିଏ ମୋ ବାପା।।

ପଥରର ଚଟାଣ ପରି ଏକ ଶକ୍ତ ଚଟାଣଟିଏ

ଜୀବନ ଓ ବଞ୍ଚିବାର ସଳଖ ରେଖାଟିଏ

ସନ୍ତାନ ପାଇଁ ବରଗଛର ଛାଇ ସିଏ

କେଉଁଠି ବି ଅଟକି ନଯିବାର ମଣିଷ ଯିଏ

ସିଏ ମୋ ବାପା।।

ବନ୍ଧୁ ଓ ପଥପ୍ରଦର୍ଶକର ମଣିଷଟିଏ

ମାଆଛେଉଣ୍ଡ ସନ୍ତାନଙ୍କ ପାଇଁ ବାପା ମାଆ ସିଏ

ସନ୍ତାନର ଖୁସିରେ ଖୁସି ବାଣ୍ଟିବା ମଣିଷଟିଏ

ଭଲ-ମନ୍ଦ ବିଚାରର ଅଭେଦ୍ୟ ମାର୍ଗ ଯିଏ

ସିଏ ମୋ ବାପା।।

ବିଶ୍ୱାସର ଅନ୍ୟ ନାମ ବାପା

ଭରସାର ସୀମାନ୍ତରେ ସିଏ

ଜୀବନର ଅଦୃଶ୍ୟ ସାହସ ସିଏ

ଆଦର୍ଶର ସୀମାରେଖା ସିଏ

ମୋ ପାଇଁ ଆଦର୍ଶ ଯିଏ

ସିଏ ମୋ ବାପା।।



Rate this content
Log in

Similar oriya poem from Inspirational