ଦୁର୍ଗତିନାଶିନୀ ମା
ଦୁର୍ଗତିନାଶିନୀ ମା
ବେଗେ ଆସ ମାଆ ଦଶଭୁଜା ତୁହି
ସଜ ହେଲେଣି ଭକ୍ତ ତୋର ପୂଜାପାଇଁ ।
ମରତରେ ପାପ କଳାଛାଇ ପରି
ଘୋଟିଲାଣି ମାଆ ତା କାୟା ବିସ୍ତାରି ।
ଅନ୍ୟାୟର ଖିଅ ଲମ୍ବି ଲମ୍ବି ଯାଏ
ପ୍ରଗତି ନାମରେ ଶୋଷଣ ଯେ ହୁଏ ।
ଗରିବର ଦୁଃଖ ବୁଝନ୍ତିନି କେହି
ଖାଲି ବଞ୍ଚି ରହେ ଲୁହ ପିଇପିଇ ।
ଗରିବ ଜନର ସରଳତା ନେଇ
କ୍ଷମତାପାଇଁକି ଲାଗନ୍ତିଲଢେଇ ।
ତୁଚ୍ଛାଟାରେ ଖାଲି ଡିଣ୍ଡିମ ପିଟନ୍ତି
ସ୍ୱାର୍ଥପାଇଁ ଅନ୍ୟ ତଣ୍ଟିକୁ କାଟନ୍ତି ।
କୋଟିପତି ନିଶାପାଣିରେ ଶାସକ
ଭୁଆଁ ବୁଲାଏ ସେ ସାଜିଣ ଶୋଷକ ।
ଆଜି ସମାଜରେ ସ୍ୱାଧୀନତା କାହିଁ
ନାରୀଟିଏ ଡରେ ଏକା ଯିବାପାଇଁ ।
ସଭିଏଁ ଭାବନ୍ତି ନାରୀହିଁ ଦୁର୍ବଳା
ସେଥିପାଇଁ ପରା ନାମ ତା ଅବଳା ।
ବଞ୍ଚିବାର ରାହା ପାଉନାହିଁ ସିଏ
ବିନା ଦୋଷେ ଖାଲି ଲାଞ୍ଚିତ ସେ ହୁଏ ।
ତେଣୁ ତୁହି ମାଆ ଆସ ଦଶଭୁଜା
ମହିଷା ମାନଙ୍କୁ ଦେଇ ଯାଅ ସଜା ।
ତୋ ସନ୍ତାନ ଆଜି ବିପଦେ ଡାକଇ
ମା ଶକ୍ତିମୟୀ ସାହା ଏକା ତୁହି ।
ଷଢ଼ରିପୁ ଧ୍ୱଂସି ହୁଅ ଆବିର୍ଭୁତା
କାଟି ଦିଅ ମା ଗୋ ଲକ୍ଷ୍ମଣର ରେଖା ।
ଜଗତର ଦୁଃଖ ପୋଛି ପଣତରେ
କରୁଣାର ବାରି ଢାଳିଦିଅ ଥରେ ।
ଏତିକି ମିନତି କରେ ଶ୍ରୀ ପୟରେ
ତୋ ନାମ କୁ ସଦା ଗାଏ ସାତସୁରେ ।