STORYMIRROR

BISWESWAR MAJHI

Inspirational

4  

BISWESWAR MAJHI

Inspirational

ଆମ ପାର୍ବଣ ଋତୁ

ଆମ ପାର୍ବଣ ଋତୁ

1 min
258

କୃଷି ପ୍ରଧାନ ଦେଶରେ ପ୍ରକୃତିର ଉପାସନା

ପ୍ରକୃତି ସନ୍ତୁଷ୍ଟି ପାଇଁ ପାର୍ବଣର ନିରାଜନା।

ବୃଷ୍ଟିପାତ ପାଇଁ ଯଜ୍ଞ ଆୟୋଜନ ଯଥାରୀତି

ଫସଲ ଅମଳ ଦେବଦୟା କୃତଜ୍ଞତା ପ୍ରାପ୍ତି।


ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠି ଅନୁକୁଳ

ରଜପର୍ବ ପ୍ରକୃତି-ପୁରୁଷ ମିଳନର ବେଳ।

ଶୀତଳ ଷଷ୍ଠୀର ଶଙ୍କର-ପାର୍ବତୀଙ୍କ ବିବାହ

ଆଷାଢର ଆଗମନେ ଚାଷୀକୂଳର ଉତ୍ସାହ।


ସ୍ନାନଯାତ୍ରା ରଥଯାତ୍ରା ଆଷାଢର ସ୍ଵାଗତିକା 

ଦନ୍ତଯାତ୍ରା ସ୍ମରଣିକା ବୌଦ୍ଧାବତାର ସୂଚୀକା।

ନିଳାଦ୍ରି ବିଜୟ ପରେ ଦେବ ଶୟନ ପୂର୍ଣ୍ଣିମା

ଚତୁର୍ମାସ୍ୟା ନଦୀନାଳ ଭରା ଦୂରଯାତ୍ରା ସାମା।


ଶାରଦୀୟ ପରିବେଶ ନିର୍ମଳ ଆକାଶ ଦେଖି

ଗଣେଶ ପୂଜନ ଦୁର୍ଗାପୂଜା କାର୍ତ୍ତିକ ବ୍ରତ ଅପେକ୍ଷି।

ପିତୃଶ୍ରାଦ୍ଧ କାଳୀପୂଜା ଦୀପାବଳୀର ରୋଷଣୀ

ପ୍ରଦୀପ ପ୍ରଜ୍ୱଳନରେ ପତଙ୍ଗ ବିନାଶ ଭଣି।


ମାର୍ଗଶିର ଗୁରବାର ଶସ୍ୟଲାଭ କୃତଜ୍ଞତା

ମହାଲକ୍ଷ୍ମୀ ଆଗମନୀ ଶୁଦ୍ଧପୂତ ଶୁଭ୍ରଚିତା।

ଯମରାଜଙ୍କ ସନ୍ତୁଷ୍ଟି ବାଟଓଷା ବିଧାନରେ

ସରସ୍ଵତୀ ପୂଜାବିଧି ବସନ୍ତ ଆଗମନରେ।


ମକର ପରବ ଯହିଁ ଅଂଶୁମାନଙ୍କର ବକ୍ରଗତି

ଦିବସ ଆୟୁଷ ବଢେ ଶୀତର ପ୍ରକୋପ ମୁକ୍ତି।

ପବନ ଗତିରେ ଗୁଡ଼ିଉଡ଼ା ଆକାଶେ ରୋଷଣୀ

ରାଧାକୃଷ୍ଣ ଚାଚେରୀ ମେଳନ ଦୋଳଯାତ ପୁଣି।


ରଙ୍ଗର ପରବ ହୋଲି ପ୍ରେମବାର୍ତ୍ତା ଭ୍ରାତୃତ୍ବର

ଚିଇତ୍ରେ ମହାବିଷୁବ ଗ୍ରୀଷ୍ମତାପ ପାଇଁ ପ୍ରସ୍ତୁତିର।

ଆଧ୍ୟାତ୍ମିକ ପରିବେଶ ପାର୍ବଣ ମୁଖର ଦିନ

ବାରମାସେ ତେରଯାତ ଜ୍ଞାନୀ ଓଡିଆ ବିଧାନ।

 


Rate this content
Log in

Similar oriya poem from Inspirational