STORYMIRROR

Mahendra Prasad Das

Inspirational

4  

Mahendra Prasad Das

Inspirational

ମିଠା ମିଠା କଥା

ମିଠା ମିଠା କଥା

1 min
199

ମୁଁ ଆଜି ସକାଳୁ ଉଠି 

ହାତ ପାପୁଲି ଦେଖିଲା ପରେ

ସମସ୍ତଙ୍କ ପାଇଁ ଶୂନ୍ୟ ଅଞ୍ଜଳି ଦେଇ

ଅଳସ ଭଙ୍ଗା ମନଟାକୁ ବୁଝେଇଲି

କିନ୍ତୁ ନାଁ... ସେ ଅମଙ୍ଗ ହେଲା

କାରଣ ପ୍ରାକୃତିକ ଗନ୍ଧର ଅଭାବ

ଏତିକି ବେଳେ ଗୋଚର ହେଲା

ଟିକି ଚଢ଼େଇ ଟିର ମିଠା ମହ୍ଲାର

ଆଃ କି ସୁନ୍ଦର ସକାଳ।।


ମନ ପୁରି ଉଠିଲା 

ଶ୍ରୀ ତୀଙ୍କ ଆର୍ତ୍ତବାଣୀ

ଶାନ୍ତାକାରଂ ଭୂଜଗ ଶୟନଂର

ପ୍ରଗାଢ ଭକ୍ତି ଛନ୍ଦରେ

କଂସା ହାତ ଘଣ୍ଟାର 

ମିଠା ମିଠା ସ୍ୱର କାନକୁ ଚିମୁଟି ଦେଲା।।


ତାନ୍ତିଆ ମାଆ ଦୁଆର ମୁହଁରେ

ପହଞ୍ଚିଯାଇଥିଲା କିଛି ପାଇବା ଆଶାରେ

ଖୁସି ଖୁସି ରେ ଡାକିଲା ମା'

ଆଃ କି ମିଠା ମିଠା ଆଦର ଡାକ

ବଡ ପୁଅ ଉଠିଲାଣି?

ମାଆ ମୋତେ ଟିକିଏ ସୁଜାଟେ ଦେଲେ

ମୁଁ କାମକୁ ଯିବି ଅଣ୍ଟା ବିନ୍ଧୁଚି

ନିରୋଳା ମିଠା ମିଠା ଆଦରରେ

କହିଲା ମା' ବାବୁକୁ ଦେଲା ପରେ

ମୋତେ ଟିକେ ଚାହା ଦବୁ 

ଶୁଣୁଥିଲି ସେହି 

ତାନ୍ତିଆ ମାଆର ମିଠା ମିଠା ଆବେଦନ।।


ନିତ୍ୟକର୍ମ ସାରି 

ତାମ୍ରଘଟେ ଜଳ ତମୋଘ୍ନେ ଅର୍ପି

ତତ୍ପରେ ତୁଳସୀ ବିଲ୍ୱ ବୃକ୍ଷେ ଦେଇ

ଚଳିଲି ଅଦୂରେ ରୋପିଥିବା 

ବିଷ୍ଣୁ ବୃକ୍ଷ ପିପ୍ପଳର ପାଶେ

ଅର୍ପିଲି ଜଳ ପରମ ଆନନ୍ଦେ

ଶବ୍ଦ ହେଲା ପିପ୍ପଳ ବୃକ୍ଷର ପତ୍ରରେ

*ମିଠା ମିଠା କଥା* କପୋତୀର

ପ୍ରାକୃତିକ ମିଠା ମିଠା କଥା

ଘୁଟୁରୁ ଘୁଁ ଘୁଟୁରୁ ଘୁଁ ଘୁଟୁରୁ ଘୁଁ

ଆଃ କି ସୁନ୍ଦର 

ସେ *ମିଠା ମିଠା କଥା*



Rate this content
Log in

Similar oriya poem from Inspirational