Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Prusty

Inspirational

4  

Chittaranjan Prusty

Inspirational

ବାପା

ବାପା

1 min
170



ବାପା ଅଟନ୍ତି ମୋ ଚଳନ୍ତି ପ୍ରତିମା

  ଦେହବହି ଭଗବାନ ,

ଶେଷ ନିଶ୍ୱାସେ ମୁଁ ସେବା କରୁଥିବି

   କରୁଥିବି ଗୁଣଗାନ ।।

ମୋ ମନ ମନ୍ଦିରେ ତୁମେ ମୋ ଦେବତା

   ପୂଜା ପାଉଥିବ ନିତି ,

ତୁମ ଆଦର୍ଶରେ ବାଟ ମୁ ଚାଲିବି

   ରଖିଯିବି ଯଶକୀର୍ତ୍ତି ।।

ହାତଧରି ମୋତେ ଶିଖାଇଛ ଚାଲି

   ପାଦରେ ପାଦ ମିଶାଇ ,

ସବୁ ବିପଦରୁ ଉଦ୍ଧାରିଛ ମୋତେ

  ଛାଇଭଳି ପାଶେ ରହି ।।

କେତେ ଗାଳିମାଡ ଖାଇଛି ତୁମଠୁ

   ପୁଣି କେତେ ଅପମାନ ,

ସେହିଗାଳି ଆଜି ଆଶୀର୍ବାଦ ସାଜି

  ଗଢ଼ିଛି ମୋର ଜୀବନ ।।

ସଂସାର ରଥକୁ ଆଗେଇ ନେଇଛ

   ରଥର ସାରଥି ସାଜି ,

କେତେ ଝଡଝଞ୍ଜା କାନ୍ଧରେ ବୋହିଛ

   ଜୀବନକୁ ରଖି ବାଜି ।।

ତୁମେମୋ ଅତୀତ ତୁମେ ବର୍ତ୍ତମାନ

   ତୁମେ ମୋ ଭବିଷ୍ୟତ ,

ତୁମ ଆଶିଷ କୁ ହୃଦୟରେ ଧରି

   ଜିଣିବି ସାରାଜଗତ ।।



Rate this content
Log in

Similar oriya poem from Inspirational