Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Prusty

Abstract Others

4  

Chittaranjan Prusty

Abstract Others

ସାମ୍ପ୍ରତିକ ସମାଜ

ସାମ୍ପ୍ରତିକ ସମାଜ

1 min
319



ଚାଷୀ ମୁଣ୍ଡେ ଆଜି ଚଡକ ପଡୁଛି

   ପାଉନି ତାହାର ମୂଲ

ଚାଷପାଇଁ ଚାଷୀ ଜୀବନ ହାରୁଛି

   ବେପାରୀ ତ ମାଲାମାଲ ।


ଦୋଷକରି ଦୋଷୀ ନିର୍ଭୟେ ବୁଲୁଛି

    ନିର୍ଦୋଷେ ଯାଉଛିଖସି

ନିର୍ଦୋଷକୁ ଏଠି ନ୍ୟାୟ ମିଳେନାହିଁ

    ଅନ୍ୟାୟରେ ଯାଏଫସି ।


ଗରିବ ଯେ ଆଜି ଦାଦନ ଖଟୁଛି

  ପେଟ ଚାଖଣ୍ଡକ ପାଇଁ

ଧନୀ ପରା ଏଠି ଟଙ୍କାକୁ ଲୁଟୁଛି

   ଖୁସିରେ ରହିବା ପାଇଁ ।


ଭୋକ ମେଣ୍ଟିବାକୁ ଗରିବକୁ ପରା

    ମିଳେନି ପେଟକୁ ଦାନା

ଲାଜ ଢାଙ୍କିବାକୁ ଦେହକୁ ତାହାର

    ମିଳେନି ଚାଖଣ୍ଡେ କନା ।


କ୍ଷୀରଵାଲା ଏଠି ବୁଲେଇ ବିକୁଛି

    ମଦ ଦୋକାନରେ ଭିଡ଼

ମଦୁଆ କରୁଛି ନିଶା ନିବାରଣ

    କହୁଛି ମଦକୁ ଛାଡ଼ ।


ମିଳୁନାହିଁ ଆଜି ନାରୀକୁ ସମ୍ମାନ

  ମିଳେଖାଲି ଅପମାନ

ସମାଜ ଆଖିରେ ଅବଳା ଦୁର୍ବଳା

   ହୁଏଭାରୀ ହୀନିମାନ ।


 ବାପା ମାଆ ଭଳି ଅମୂଲ୍ୟ ସମ୍ପଦ

  ସଂସାରେ ଅଟନ୍ତି ସାର

ଶେଷ ସମୟ ଯେ ଦୁଃଖରେ କାଟନ୍ତି

   ନପାଇ ସେବା ଆଦର ।


ଶିଶୁ ନିର୍ଯ୍ୟାତନା ବଢୁଛି ସମାଜେ

   ପାଉଛିସେ କେତେଦଣ୍ଡ

ଆଜିର ମଣିଷ ଭଦ୍ରମୁଖା ପିନ୍ଧି

   ଭିଆଉଛି କେତେ କାଣ୍ଡ ।


ସ୍ୱାର୍ଥପର ଏହି ଦୁନିଆ ଭିତରେ

   ପ୍ରେମସଂଜ୍ଞା ମୂଲ୍ୟହୀନ

ବହୁରୂପୀ ଏହି ମାନବ ହୃଦୟ

   ଛଳନାରେ ପରିପୂର୍ଣ୍ଣ।


ଅନ୍ୟାୟ ଅନୀତି ଦୁର୍ନୀତିରେ ପରା

   ସାରାବିଶ୍ୱ କଳୁଷିତ

ହିଂସା ବିରୁଦ୍ଧରେ ଉଠାଇବା ସ୍ୱର

   ସର୍ବେହୋଇ ଏକତ୍ରିତ ।




Rate this content
Log in

Similar oriya poem from Abstract