Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Prusty

Inspirational

3.4  

Chittaranjan Prusty

Inspirational

ମାଆ

ମାଆ

1 min
206



ମାଆର ଗର୍ଭରୁ ଜନମିଲି ଯେବେ

  କୁଆଁ କୁଆଁ ଡାକ ନେଇ,

କୋଳେଇ ନେଲୁତୁ ପଣତ କାନିରେ

   ଓଠରେ ଚୁମ୍ବନ ଦେଇ ।


ମୋ କୁନି ପାଟିରୁ ଶୁଣିଲୁ ଯେବେତୁ

   ମାଆର କୋମଳ ଡାକ,

ମନ ଆନନ୍ଦରେ ଭରିଗଲା ତୋର

   ପାଇଲୁ ସରଗ ସୁଖ ।


ଧିରେଧିରେ ମୋତେ ଶିଖାଇଲୁ ଚାଲି

   ଧରି ମୋର ଦୁଇହାତ,

ଜହ୍ନମାମୁଁ ଗୀତ ତୋ କଣ୍ଠୁ ଶୁଣାଇ

   ଖୁଆଇଲୁ ଦୁଧ ଭାତ ।


ସଂସାର ନାଆର ନାଉରୀ ସାଜିତୁ

  କୂଳେ ଲଗାଇଲୁ ମୋତେ,

ସ୍ନେହ ମମତା ର ବନ୍ଧନ ଡୋରିକୁ

  ଭୁଲିକି ପାରିବି ସତେ ।


ତୋର ପାଦଧୂଳି ଦେହେ ଦେଲେ ବୋଳି

   ଦୁଃଖ ହୋଇଯାଏ ଦୂର,

ମାଆର ପଣତ ଢାଙ୍କିଦେଲେ ଥରେ

   ନଥାଏ ଭୟ କି ଡର ।


ମାଆମୋ ବିଶ୍ୱାସ ମାଆମୋ ନିଶ୍ୱାସ

  ମାଆ ମୋ ସପନ ରାଜି,

ଶପଥ କରୁଛି ଶୁଝିବି ତୋ ଋଣ

   ଶ୍ରବଣ କୁମାର ସାଜି ।


Rate this content
Log in

Similar oriya poem from Inspirational