କୋଣାର୍କ
କୋଣାର୍କ
ଚନ୍ଦ୍ରଭାଗା ତୀରେ
ରାଜା ଆଦେଶ ରେ
ତୋଳା ହୋଇବ ମନ୍ଦିର
ବାର ଶହ ବଢେଇ ହୋଇଲେ ଏକତ୍ର
ଘେନି ଆଦେଶ ରାଜାର ।
ଯେତେ ଶିଳା ଖଣ୍ଡ ପଡ଼ିଲା ନଦୀରେ
ସ୍ରୋତେ ସବୁ ଗଡି ଗଲା
କି ବୁଦ୍ଧି କରିବ ମନ୍ତିରି ଶିବେଇ
ବୁଦ୍ଧି ତାର ହଜି ଗଲା ।
ମୁଖ୍ୟ କାରିଗର ବିଶୁ ମହାରଣା
ବୁଦ୍ଧି କଉଶଳ କରି
ଗଢିଲେ ଦେଉଳ କମନୀୟ କରି
ନାନା କାରୁକାର୍ଯ୍ୟ ଭରି ।
ଦେଉଳ ନିର୍ମାଣ ହୋଇଲା ସମାପ୍ତ
ମୁଣ୍ଡି ନ ପାରିଲେ ମାରି
ରାଜାଙ୍କ ଆଦେଶ ସାତ ଦିନ ମଧ୍ୟେ
ନପାରିଲେ ଶେଷ କରି ।
କାରିଗରଙ୍କର ମୁଣ୍ଡ କାଟ ହେବ
ରାଜାଙ୍କ ଆଦେଶ ଜାଣି
ନ ପାରିଲେ କରି ମୃତ୍ୟୁ ସୁନିଶ୍ଚିତ
ପଡ଼ିଗଲା ଯେ ଭାଳେଣି ।
ବାଡି ବରକୋଳି ସନ୍ତକକୁ ନେଇ
ପିତାଙ୍କୁ ଖୋଜିବା ପାଇଁ
ମା ଠୁଁ ମେଲାଣି ନେଇ ଧର୍ମପଦ
ଆସିଲା କୋଣାର୍କ ଧାଇଁ।
ପିତା ପୁତ୍ର ଦୁହେଁ ଚିହ୍ନା ଚିହ୍ନି ହେଲେ
ସେ ଖୁସି କହି ନୁହଁଇ
ପିତାର ବିରସ ବଦନ କୁ ଦେଖି
ଧର୍ମପଦ ପଚାରଇ ।
ସମସ୍ତ ବୃତ୍ତାନ୍ତ ସୁଣିଣ ଶେଷରେ
ଧରମା ବୋଇଲା ପିତା
ମୁହିଁ ମାରି ଦେବି ମନ୍ଦିରର ଚୁଳି
କାହିଁ କର ବୃଥା ଚିନ୍ତା ।
କୋଣାର୍କ ମଥାରେ ମାପଚୁପ କରି
ଦଧି ନଉତି ସ୍ଥାପିଲା
ଜାତି ଭାଇଙ୍କର ପ୍ରାଣ ରକ୍ଷା ପାଇଁ
ନଦୀ ଜଳେ ଝାସ ଦେଲା ।
ରହିଗଲା କଥା କାଳ କାଳ ପାଇଁ
ସାନ ହେଲେ ତାର ଦାନ
ବାର ଶହ ପ୍ରାଣ ରକ୍ଷା କରି ସେ ଯେ
ବିଶ୍ୱେ ହୋଇଲା ମହାନ ।