Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krushna Chandra Lenka

Inspirational

4.5  

Krushna Chandra Lenka

Inspirational

ନକଲି ଔଷଧ

ନକଲି ଔଷଧ

1 min
264


ମୋ ଦେଶ ଭାରତ ବିଶ୍ୱେ ପରିଚିତ

 ନକଲି ଔଷଧ ପାଇଁ,

ଗାଆଁଠୁ ନଗର ଚଉପାଶେ ଚେର

 ବଢି ବଢି ଚାଲେ ଯହିଁ।


ବ୍ୟାଧି ଦୂର ପାଇଁ ନର ଖାଏ ଯହିଁ

  ନକଲି ଔଷଧ ଏଠି,

ସେ'ପାଇଁ ଜୀବନ ଯାଏ ନିତି ଦିନ

  ଭାଳି ବୁକୁ ଯାଏ ଫାଟି।


ନିରୀହ ଜନତା ପାଏ କି ବାରତା

 ଭଲ ଅବା ମନ୍ଦ ବୋଲି,

ସେ କାହୁଁ ଜାଣିବ ଏ ଗହନ କଥା

 କେ' ଅସଲି କେ' ନକଲି?


ବୃକକ ଯକୃତ ହୁଅଇ ଯେ କ୍ଷତ

 ଏମନ୍ତ ଔଷଧ ପାଇଁ,

ପ୍ରଭାବେ ଯାହାର ପାର୍ଶ୍ଵ ପ୍ରତିକ୍ରିୟା

 ଶରୀରେ ବଢ଼ଇ ତହିଁ।


ଏ ଘୋର ସଙ୍କଟେ ଯହିଁ ବୁକୁ ଫାଟେ

 କରୋନା ଭୂତାଣୁ ପାଶେ,

ସେ'କାଳେ ମାନବ ହେଲାଣି ଦାନବ

 ପ୍ରଚଣ୍ଡ ଆୟ ସକାଶେ।


କରୋନା ଭୂତାଣୁ ବଦଳାଏ ସିନା

 ରୂପ ତାର ଏଠି ନିତି,

କେମନ୍ତ ସେ ନର ସ୍ୱାର୍ଥ ପାଇଁ ଯା'ର

 ବଦଳଇ ରୂପ ଗତି!


ଔଷଧ ନିର୍ମାତା ଅସାଧୁ ବେପାରୀ

 ଏ ପାଇଁ କି ଦାୟୀ ଯେତେ,

ନକଲି ଔଷଧ କାରବାର ପାଇଁ

 ସରକାର ଦାୟୀ ସେତେ।


କେତେ ଯେ ଭେଷଜ ନିରୀକ୍ଷକ ଏଠି

 ନିଯୁକ୍ତି ହୁଅନ୍ତି ଦେଶେ,

କେତେ ଯେ ଦରମା ପାଆନ୍ତି ବାବୁଏ

 ନିରୀକ୍ଷଣର ସକାଶେ!


ଯଦି ଘନ ଘନ ହ୍ଵନ୍ତା ନିରୀକ୍ଷଣ

 ଏ'ଔଷଧ କାରବାରେ,

ମୂଳ ସାଥେ ଚେର ଲୀନ ହ୍ୱନ୍ତା ତାର

 ଏଠି ମୋ ଦେଶ ମାଟିରେ।


କେତେ କେତେ ନୀତି ଗଢ଼ା ହୁଏ ଏଠି

 ଜନତା କଲ୍ୟାଣ ପାଇଁ,

ସେ ନୀତି ଅନୀତି ହୁଅଇ ଯେ ନିତି

 ଥାଏ ତିଳେ ସ୍ୱାର୍ଥ ଯହିଁ।


ଭଲ ଭାବେ ଯଦି ସରକାରୀ ନୀତି

 ପାଳନ ହୁଅନ୍ତା ଦେଶେ,

ଏମନ୍ତ ଦୁର୍ଦ୍ଦିନ ଭୋଗନ୍ତା କି ଜନ

 ଆମ ଏଇ ପରିବେଶେ?


  


  



Rate this content
Log in

Similar oriya poem from Inspirational