STORYMIRROR

Prasanta kumar Hota

Inspirational

4  

Prasanta kumar Hota

Inspirational

ଗୁରୁ

ଗୁରୁ

1 min
28.7K


ଗୁରୁ ଅଟେ ବ୍ରହ୍ମା ଗୁରୁ ଅଟେ ବିଷ୍ଣୁ
ଗୁରୁ ହିଁ ସାକ୍ଷାତ ଈଶ୍ବର
ପିତା ମାତା ଗୁରୁ ଜନ ଆଦ୍ୟ ଗୁରୁ
ସୁରୁଚ ସ୍ତମ୍ଭ ସମାଜର

ବିନା ଗୁରୁ ଶିକ୍ଷା ନଥାଏ ତିତୀକ୍ଷା
ହୁଏନା ବିକାଶ ଶିଶୁର
ଗୁରୁ ବାକ୍ୟ ଶିକ୍ଷା ଦିଏ ଅଆକାର
ତାସାଙ୍ଗେ ସୁଶିକ୍ଷା ସଂସ୍କାର

ଭାଗବତ ଶିକ୍ଷା ଚବିଶଟି ଗୁରୁ
ସାପଠାରୁ ବେଶ୍ୟା ସରବେ
କରି ଅବଧୁତ ପାଇ ମହାମତ
ହେଲେ ମହାଗୁରୁ ଗୌରବେ

ଜ୍ଞାନ ଅବସାନ ହୁଏ ନାହିଁ କେବେ
ଜ୍ଞାନୀ ମାନ ଜ୍ଞାନ ପାଇଁ
ଗୁରୁ ପରମ୍ପରା ମନୁଷ୍ୟ ହିତରା
ଗୁରୁ ଥିଲେ ଶିକ୍ଷା ସଂଶ୍ରୟୀ

ଫଳଭରା ବୃକ୍ଷ ନୁହେଁ କେବେ ରୁକ୍ଷ
ନଇଁପଡେ ନିଖିଳ ଭାରେ
ଗୁଣୀଜନ ସର୍ବ ସଦା ନମ୍ର ଭାବ
ଅତିଗୁଣ ଯେଣୁ ବିସ୍ତାରେ

ଗୁରୁ ଅଧିକାର ଗୁରୁ ଙ୍କ ବିଚାର
କର୍ତ୍ତବ୍ୟ କରମେ ଧରମ
ଗୁରୁମିତ ଗୁରୁ ପାପ ଯାର ମେରୁ
ପାଉଥାଏ ଗତି ଅଧମ

ଗୁରୁ ସଦା ଶ୍ରେଷ୍ଠ ଗୁରୁ ବାଣୀ ଇଷ୍ଟ
ଗୁରୁ ସମାଜର ଦାର୍ଶକ
ଗୁରୁ ପାଇଁ ସିନା ଶିଷ୍ୟ ଠାରେ ଜ୍ଞାନ
ଗୁରୁ ହିଁ ଜୀବନ ପଥକ

🙏ପ୍ରଶାନ୍ତ କୁମାର ହୋତା 🙏


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational