ଗୁରୁ
ଗୁରୁ
ଗୁରୁ କେବେ କହନ୍ତି ନାହିଁ ସେ ବିଜ୍ଞ
ଗୁରୁ କେବେ କହନ୍ତି ନାହିଁ ସେ ଅଭିଜ୍ଞ
ଗୁରୁ କେବେ କାହନ୍ତି ନାହିଁ ସେ ସର୍ବଜ୍ଞ
ବିଦ୍ୱାନ ସେ ଯେଣୁ ଅନ୍ଧାରେ ଆଲୋକ l
ପଣ୍ଡିତ ସେ ଯେଣୁ ବିଦ୍ୟା ବୁଦ୍ଧି ରକ୍ଷକ
ସହିଷ୍ଣୁ ସେ ଯେଣୁ ଚିହ୍ନେ ତାଙ୍କୁ ଗୋଲକ
ଗୁଣୀ ସେ ବୁଝନ୍ତି ଗୁଣ ଗରିମା ମହତ
କହନ୍ତି ସତ ପଢ଼ନ୍ତି ଗୀତା ଭାଗବତ l
ସିନ୍ଦୁକ ଭିତରେ ଜ୍ଞାନ ଗୁଣ ପ୍ରତିଭା ଅନେଶତ
ଜ୍ଞାନ ବାଣ୍ଟି ଚାଲୁ ଚାଲୁ କେବେ ଆହତ
ବାଧେ ନାହିଁ ଦିହ ପ୍ରାଣ ଆଲୋକିତ
ରାଷ୍ଟ୍ରପତି ରାଧାକ୍ରିଷ୍ଣନ ପୂଜିତ ସର୍ବତ୍ର l
ଜନ୍ମଦିନ ଦାନ ଅଟେ ପୁଣ୍ୟ ମହତ
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ବର ସେତ
ଗୁରୁଙ୍କଠାରେ ପ୍ରଭୁ ବିଜେ ବୁଦ୍ଧି ବିଦ୍ୟା ଆଦୃତ
ଗୁରୁ ଦିବସେ ଗୁରୁପୂଜନେ ଭାବ ଭକ୍ତି ନିହିତ l
